କଂଗ୍ରେସ୍ ବିଧାୟକ ପ୍ରାର୍ଥୀଙ୍କ ଲାଠିପଡ଼ା ଗସ୍ତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଂ ସଂଗ୍ରାମ କେଶରୀ ମହାନ୍ତି ତାଙ୍କ ସହଯୋଗୀଙ୍କ ସହ ଲାଠିପଡ଼ା ଗସ୍ତରେ ଆସି ସେଠାରେ ମାଆ କାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ I ପ୍ରକାଶ ଥାଉକି ଲାଠିପଡ଼ା ଯୁବଗୋଷ୍ଠୀଙ୍କ ସହାୟତାରେ ଏହି କାଳୀ ମନ୍ଦିର ଦୀର୍ଘ 12 ବର୍ଷ ଧରି ନିର୍ମାଣ ହେବା ପରେ ପ୍ରତିଷ୍ଠା ହୋଇପାରିଛି I ଆଜି ଶ୍ରୀ ମହାନ୍ତିଙ୍କ ସହିତ ସୋରଡ଼ା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ୍ ସଭାପତି ଜଗନ୍ନାଥ ନାୟକ, ପୂର୍ବତନ ବ୍ଳକ୍ କଂଗ୍ରେସ୍ ସଭାପତି ବୁଦ୍ଧଦେବ ମଲ୍ଲିକ୍, ଦିଲ୍ଲୀପ୍ ସୁଆର, ପୂର୍ବତନ ନଗର ଅଧ୍ୟକ୍ଷ କାଶୀନାଥ ମହାପାତ୍ର ପ୍ରମୁଖ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ I