କଂଗ୍ରେସ କର୍ମୀଙ୍କ ନାଟକ ବାଜୀ : ବିଜେପି ରେ ଗୋଟିଏ ଦିନ ଯୋଗ ଦେବାପରେ ପୁଣି କଂଗ୍ରେସକୁ ଫେରିଲେ
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବତନ ବ୍ଲକ ଅଧକ୍ଷ ବିପିନ ମହାନ୍ତିଙ୍କୁ ଦଳ ବହିଷ୍କାର କରିବାପରେ ସୁହାଣପୁର ପଞ୍ଚାୟତର ଯୁବ କଂଗ୍ରେସ କର୍ମୀ ଶେଖ ମାଲିକ ଏନାମୂଲ ବିଜେପି ଦଳ ଓ କାକଟପୁର ବିଜେପି ବିଧାୟକ ପାର୍ଥି ରବି ମଲ୍ଲିକ ଙ୍କ ଉପରେ ଆସ୍ଥା ପ୍ରକଟ କରି ରାତିଅଧିଆ ବିଜେପି ଦଳରେ ଯୋଗଦେଇଥିଲେ ଓ ବିଜେପି ଦଳର ପୁରୁଖା କର୍ମୀଙ୍କ ଉପରେ ସେ ଆସ୍ଥା ପ୍ରକଟ କରିଛନ୍ତି ଓ କଂଗ୍ରେସ ଦଳ ତାଙ୍କୁ ସୁରକ୍ଷା ଦେଇ ପାରିଲାନି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l ମାତ୍ର ଗୋଟିଏ ଦିନ ବିତିବାପରେ ଏନାମୁଲ ବିଜେପି ଶିବିରରୁ ଆସି ପୁନର୍ବାର କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି l ସେ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ, ଦଳରେ ବିଶୃଙ୍ଖଳା ନେଇଥିବାରୁ ସେ ମର୍ମାହତ ଓ ପ୍ରାୟଶ୍ଚିତ କରିବେ ବୋଲି ବ୍ଲକ ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ନିଜର ମତ ପ୍ରକାଶ କରିଥିଲେ l ଅପର ପକ୍ଷରେ କଂଗ୍ରେସ ଦଳର ଦଳଡିଆଁ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଥିବାବେଳେ ବିଜେପି ଗୋଟିଏ ଜାତୀୟ ଦଳ ଏଥିରେ ତାଙ୍କର କୌଣସି ଫରକ ପଡିବନାହିଁ ବୋଲି ଯୁବନେତା ରାକେଶ ବିଶ୍ୱାଳ ପ୍ରକାଶ କରିଛନ୍ତି l ଯୁବନେତା ଏନlମୁଲ ଙ୍କ ଏପରି ଆଚରଣ କାକଟପୁର ନିର୍ବାଚନମଣ୍ଡଳୀ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଥିବାବେଳେ ଠିକ ଭାବେ ରେଟ ନଛିଣ୍ଡିବାରୁ ସେ ପୁନର୍ବାର ହାତ ଦଳ କୁ ଫେରିଛନ୍ତି l କଂଗ୍ରେସ ଦଳ ଗୋଷ୍ଠିବିବାଦ କାରଣ ରୁ ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିବାବେଳେ କର୍ମୀ ମାନେ ବିଜେପି କୁ ଯିବେ ନା ବିଜେଡି କୁ ଯିବେ ନା ଦଳ ରେ ଚୁପ ହୋଇ ପଡିରହିବେ କିଛି ସ୍ଥିର କରି ପାରୁନାହାନ୍ତି l ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ବଦଳ ଜୋର ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରୁଛନ୍ତି l


