କଂଗ୍ରେସ ତରଫରୁ କାଶୀନଗର ବ୍ଲକ୍ ଘେରାଉ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ୍ ଓ ଏନ୍ ଏ ସି କଂଗ୍ରେସ ଦଳର ପୁରୁଖା ନେତା,ସକ୍ରିୟ ସଦସ୍ୟ ତଥା ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା ପ୍ରଦେଶ କଂଗ୍ରେସ ଦଳ ର ସଭାପତି ଶରତ ପଟ୍ଟନାୟକ ଙ୍କ ଡାକରାରେ ଆଜି କାଶୀନଗର ଏସ୍ ବି ଆଇ ଛକ ନିକଟରୁ ଏକ ବିରାଟ ପଟୁଆରରେ ବାହାରି ବ୍ଲକ୍ ଠାରେ ଏକଜୁଟ ହେଇ ୯ ଦଫା ଦାବି ସମ୍ବଳିତ ମେମୋରେଣ୍ଡୁମ୍ ପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ଙ୍କୁ ପ୍ରଦାନ କରି କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀ ବହୁ ଉତ୍ସାହିତ ହୋଇଥିବା ବେଳେ କର୍ମି ମାନେ ଶ୍ରୀ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ପ୍ରଥି ହେବାକୁ ଚାହୁଛନ୍ତି। ଏମାନଙ୍କ ୯ ଦଫା ଦାବି ମଧ୍ୟରୁ ପ୍ରମୁଖ ଦାବୀ ହେଲା ପି ସି କାରବାର, ଆବାସ ଦୁର୍ନୀତି, ଚାଷୀ ମାରଣ ନିତି, ନାରୀ ନିର୍ଯାତନା ଏମିତି ରହିଛି। ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାର ଦୀର୍ଘ ୨୪ ବର୍ଷ ହେଲା କାଶୀନଗର ଲୋକଙ୍କୁ କୌଣସି ଆଖି ଦୁଶୀୟା ଉନ୍ନତି ଯେ ପରି କୃଷି, ସ୍ଵାସ୍ଥ୍ୟ, ଶିକ୍ଷା, ପରିବହନ, ଜଳସେଚନ ପ୍ରକଳ୍ପ ଏମିତି କିଛି କରି ପାରି ନାହାନ୍ତି ଏବଂ କାଶୀନଗର ବାସୀଙ୍କୁ ଠକି ଚାଲିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ ତତ୍ ସହ ଯଦି କାଶୀନଗର ବାସି ଆମ କଂଗ୍ରେସ ସରକାରଙ୍କୁ ଭୋଟ ଦେଇ ଜୟ କରନ୍ତି ତେବେ ସବୁ ମୌଳିକ ସୁବିଧା ସମସ୍ତଙ୍କ ନିକଟର ପହଞ୍ଚି ପାରିବ ବୋଲି ବକ୍ତବ୍ୟ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ରାମ ପ୍ରସାଦ ପଟ୍ଟନାୟକ ନେତୃତ୍ୱରେ ଶାବରା ରାଜୁ ସୁବାଷ ପାତ୍ର ଆର ଜାଗା ରାଓ ଓ ଦୁଇଶହ ରୁ ଅଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ