କଂଗ୍ରେସ ଦଳ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଘଣ୍ଟିଆ ଧାରଣା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଚଳିତ ପୌର ନିର୍ବାଚନରେ ବିଜେଡି ଦଳକୁ ପୌରଭୋଟର ଭାଇଭଉଣୀ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇ ଥିଲେ । ଜାଣିଥିଲେ ବିଜେଡ଼ି ଏକମାତ୍ର ଦଳ ଯେ ଲୋକଙ୍କ ସୁଖ ଦୁଃଖର ସାଥୀ । ଲୋକଙ୍କ ଆର୍ଥିକ, ରାସ୍ତା, ନାଳ, ପିଇବା ପାଣି, ବିଜୁଳି, ସ୍ବାସ୍ଥ୍ୟ ଓ ଶିକ୍ଷା ବିକାଶ ଦିଗରେ ବିଜେଡ଼ି ବହୁତ କାମ କରିବ !ପୌରାଞ୍ଚଳ ମାନଙ୍କରେ, ଭୂମିହୀନ, ବସ୍ତି ବାସିନ୍ଦା, ଗରିବ, ଅତି ଗରିବ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ପରିବାରର ଲୋକେ ଶତକଡା ଅଶୀ ଭାଗ ବସବାସ କରୁଛନ୍ତି ।ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେଲା କରୋନା ମହାମାରୀ ଯୋଗୁଁ ସବୁଠାରୁ ଦୁଃଖ,କଷ୍ଟ,ଭୋକିଲା,ରୋଗିଣା ହିସାବରେ ସହର ବାସିନ୍ଦା ଥିଲେ ।ହାତରେ କାମଧନ୍ଦା ନାହିଁ । ଏପର୍ଯ୍ୟନ୍ତ ସେ ଅବସ୍ଥା ସୁଧୁରି ନାହିଁ ।ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହି ସମୟରେ ଆଛାଧିନ ଓ ସୁଦିନ ସହରବାସୀ ଚିନ୍ତା କରୁଥିବା ସମୟରେ ରାଜ୍ୟ ସରକାର ଅହେତୁକ ହୋଲଡିଂ କର ଦୁଇଗୁଣରୁ ଅଧିକ ବଢାଇ ସହରବାସୀଙ୍କ ଉପରେ ଆର୍ଥିକ ଚାପ ପକାଇଛନ୍ତି । ଯାହାକୁ ନେଇ ସହରର ଅଶୀଭାଗ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି । ଲୋକଙ୍କ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ କଂଗ୍ରେସ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ । ଟାଉନ୍ କଂଗ୍ରେସ ସଭାପତି ଅଶୋକ ଅଗ୍ରୱାଲଙ୍କ ନେତୃତ୍ୱରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘ ସଂପାଦକ ହରି ଚରଣ ସାହୁ, ରାଇରଙ୍ଗପୁର ପୌର କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭଜହରି ମହାନ୍ତ, ଆଡଭୋକେଟ ଅନନ୍ତ ମାର୍ଣ୍ଡି, କିଶୋର ମହାନ୍ତ, ରୂପକ ମହାନ୍ତି, ଜୟପାଲ ସିଂ, ପୂର୍ଣ ଚନ୍ଦ୍ର ନାଏକ, ଛୋଟରାୟ ମୁର୍ମୁ, ଜମାଲୁନ ଅଖତାର, ଚୈତନ୍ୟ ସୋରେନ, ତପସ୍ଵିନୀ ନନ୍ଦ, ରଂଜନା ମହାନ୍ତ, ତରଙ୍ଗିଣୀ ମହାନ୍ତ, ଅମର ସିଂ ମହାନ୍ତ, ପୋତା ବାସ୍କେ, ରାକ୍ଷୀ ପୂର୍ଣ୍ଣିମା ଡଗରା ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପରେ ଦଳର ନେତୃବୃନ୍ଦ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏବଂ ପୌର ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ ଙ୍କୁ ହୋଲଡିଂ ଟେକ୍ସ ହ୍ରାସ ପାଇଁ ପୁନଃ ବିଚାର କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ