୭ଦିନ ମଧ୍ୟରେ ଡାକ୍ତରଙ୍କୁ ନିଯୁକ୍ତି କରା ନଗଲେ ଆନ୍ଦୋଳନର ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କାଶୀନଗର ବ୍ଲକ ଓ ଏନ୍‌ଏସିର ଜନ ସାଧାରଣ ମୁଖ୍ୟତଃ ନର୍ଭର କରିଥାନ୍ତି । କିନ୍ତୁ ଡାକ୍ତର ଅଭାବ ଯୋଗୁଁ ବର୍ତ୍ତମାନ ଲୋକଙ୍କୁ ଆଶାନୁରୂପକ ସ୍ୱାସ୍ଥ୍ୟସେବା ମିଳିପାରୁ ନାହିଁ । ସମସ୍ତ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ମାତ୍ର ୩ଜଣ ଏମ୍‌ବିବିଏସ୍ ଡାକ୍ତରଙ୍କୁ ନେଇ ଉଲ୍ଲେଖିତ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି । ଡାକ୍ତର ଇତି ନୋଏଲ୍‌ଙ୍କୁ ମେଡିକାଲ ଅଫିସର ଇନ୍‌ଚ।।ର୍ଜ ରୂପେ ଅବସ୍ଥାପିତ କରାଯାଇଥିଲେ ବି ତାଙ୍କୁ କର୍ମଚାରୀଙ୍କ ଦରମା ଉପଠାଣ ଓ ବଣ୍ଟନ କ୍ଷମତା ଦିଆଯାଇ ନାହିଁ । ଏହି କ୍ଷମତା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ ପ୍ରଦାନ କରାଯାଇଛି । ଏହାଛଡା ଡାକ୍ତର ଅଭାବ ଯୋଗୁଁ ଅନେକ ସମୟରେ ।ୟୁଷ ଡାକ୍ତରମାନେ ଆଉଟଡୋରରେ ବସୁଛନ୍ତି । ଏଲୋପଥି ଔଷଧ ଦ୍ୱାରା ସାଧାରଣ ରୋଗର ଚିକିତ୍ସା କରିବା ପାଇଁ ସେମାନେ ସମର୍ଥ ଥିଲେ ବି ଜଟିଳ ରୋଗ ବା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ଜରୁରି ଚିକିତ୍ସା କରିବା ସେମାନେଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଅଧିକାଂଶ ରୋଗୀଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦିଆଯାଉଛି । ତେଣୁ ୭ଦିନ ଭିତରେ ଅଧିକ ଡାକ୍ତର ଓ ଅତି କମ୍‌ରେ ଜଣେ ଗାଇନିକ ସ୍ପେସିଆଲିଷ୍ଟହ୍‌କୁ ନିଯୁକ୍ତି ଦିଆ ନଗଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାଶୀନଗର ବ୍ଲକ ଓ ଏନ୍‌ଏସି ନାଗରିକ ମହାସଭାର ସବାପତି ପ୍ରଶାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ