କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଗାଡି ଉପରକୁ ଆକ୍ରମଣ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ମହଲରେ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ସହର । ଆଉ ନିର୍ବାଚନ କୁ ଗୋଟିଏ ଦିନ ବାକି ରହିଥିବାବେଳେ ଭଦ୍ରକରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଭଣ୍ଡରୀ ପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ଛକରେ କଂଗ୍ରେସ ପ୍ରାର୍ଥୀ ଜଳଖିଆ ଖାଇବାକୁ ଯାଉଥିବା ସମୟରେ ୫୦ ରୁ ଅଧିକ ଅସାମାଜିକ ବ୍ୟକ୍ତିି ତାଙ୍କ ଗାଡି ଉପରକୁ ଆକ୍ରମଣ କରିବା କଥା ସେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଆହୁରୀ ୮ ଘଣ୍ଟା ମଧ୍ୟରେ ନିର୍ବାଚନ ମଣ୍ଡଳୀ ଛାଡି ଚାଲି ନଗଲେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା କଥା ସେ କହିଛନ୍ତି । ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଅସାମାଜିକ ବ୍ୟକ୍ତି ଜଣକ ବିଜୁ ଜନତା ଦଳର ବୋଲି ଅଭିଯୋଗ କରିଛନ୍ତି ।ତାଙ୍କୁ ପୁଲିସ ଏସକଟରେ ଭଦ୍ରକ ଅଣାଯାଇ ହୋଟେଲରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ