କଂଗ୍ରେସ ନେତା ପ୍ରଦୀପ ମାଝି ହିଂସାକୁ ଉସୁକାଇବା ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ବଲାଙ୍ଗିର : କଂଗ୍ରେସ ଦଳ ଅରାଜକତା, ଲୁଟ ଓ ହିଂସା ଦ୍ୱାରା ଦେଶରେ ଭୟ ଓ ଆତଙ୍କର ରାଜନୀତି କରିବାକୁ ଚାହୁଁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ କଂଗ୍ରେସ ନେତା ପ୍ରଦୀପ ମାଝି ହିଂସାକୁ ଉସୁକାଇବା ମନ୍ତବ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଦଳ ହିଂସାରେ ବିଶ୍ୱାସ କରୁଛି । ଓଡିଶାର ପୂର୍ବ କଂଗ୍ରେସ ସାଂସଦ ପ୍ରଦୀପ ମାଝି ସାର୍ବଜନୀନ ଭାବେ ପେଟ୍ରୋଲ, ଡିଜେଲ୍ ପ୍ରସ୍ତୁତ କରି ରଖ ନିର୍ଦ୍ଦେଶ ଯିବା ମାତ୍ରେ ଜାଳିଦେବ କହିବାର ଦେଖାଯାଇଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପାଦତଳୁ ମାଟି ଖସିଥିବାରୁ କଂଗ୍ରେସ ଦଳ ଭୟରେ ଅଛି ବୋଲି ସେ କହିଛନ୍ତି । ପ୍ରଧାନ ଆହୁରି କହଛନ୍ତି ଯେ ପ୍ରଜାତନ୍ତ୍ରରେ ବିରୋଧ ପ୍ରଦର୍ଶନ କରିବାରେ ସ୍ଥାନ ଅଛି ମାତ୍ର ହିଂସାର କୌଣସି ସ୍ଥାନ ନାହିଁ । କଂଗ୍ରେସ ପାଖରେ ସାରା ଦେଶରେ କୌଣସି ପ୍ରସଙ୍ଗ ନାହିଁ । ଅମୂଳକ କଥାକୁ ନେଇ କଂଗ୍ରେସ ଏପ୍ରକାର ହିଂସା କରୁଛି । କଂଗ୍ରେସ ଦଳ ଅରାଜକ ତତ୍ୱଙ୍କ ଦଳ ହୋଇସାରିଲାଣି ବୋଲି ସେ କହିଛନ୍ତି ।