କଂଗ୍ରେସ ସଂଗଠନକୁ ଅଧିକ ମଜବୁତ୍ କରିବାକୁ ଆହ୍ୱାନ ଦେଲେ ନବଜ୍ୟୋତି
ବାଲେଶ୍ୱର,ଯୁଗାବ୍ଦ ନୁୃ୍ୟଜ): କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଭୋଗରାଇ ଏବଂ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂ•ୟତ ଗସ୍ତ କରି ସାମୁଦ୍ରିକ ଝଡ଼ ‘ଫନି’ରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି ଆଶ୍ୱାସନା ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଭୋଗରାଇ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ପୃଥକ୍ ପୃଥକ୍ କର୍ମୀ ସମାବେଶରେ ଯୋଗଦେଇ ସଦ୍ୟ ସମାପ୍ତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଅକୁଣ୍ଠ ସହାୟତା କରିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସହିତ ଦଳମତ ନିର୍ବିଶେଷରେ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନେ ତାଙ୍କୁ ଓ ଦଳକୁ ସମ୍ମାନ ଓ ଶ୍ରଦ୍ଧା ଦେଇଥିବାରୁ ସେମାନଙ୍କ ପ୍ରତି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଫଳାଫଳ ଯାହା ହେଉନା କାହିଁକି ଦଳକୁ ତୃଣମୂଳସ୍ତରରେ ସଂଗଠିତ କରି ଦୁର୍ନୀତି, ପଂ•ୟତ ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ •ଲିଥିବା ପିସି କାରବାର ବନ୍ଦ କରିବା ପାଇଁ ଅଧିକ ସଂଗଠିତ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପଂ•ୟତରେ ଯୋଜନା ନାମରେ •ଲିଥିବା ହରିଲୁଟ୍କୁ ଦଳ ସଂଗଠିତ ଭାବେ ଦଳ କିଭଳି ଭାବେ ବିରୋଧ କରିବ ତା’ର ଏକ ବ୍ଲୁପ୍ରିଂଟ କର୍ମୀଙ୍କ ଆଗରେ ସେ ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ୱାର୍ଡ଼ ଓ ବୁଥ୍ରୁ ଦଳକୁ ମଜବୁତ୍ କରି ଲୋକଙ୍କ ସମସ୍ୟା ସହ କର୍ମୀମାନେ ଜଡ଼ିତ ରହିଲେ ଆଗାମୀ ଦିନରେ ଉଭୟ ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ଶକ୍ତିଶାଳୀ ହେବା ସହ ଜନପ୍ରିୟ ହେବବୋଲି ସେ କହିଥିଲେ । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁଦର୍ଶନଙ୍କ ଦାସଙ୍କ ନେତୃତ୍ୱରେ ଏକ ବଡ଼ ଧରଣର କଂଗ୍ରେସ କର୍ମୀମାନେ ସ୍ୱଚ୍ଛାସେବୀ ସଦସ୍ୟ ନିଜ ଇଚ୍ଛାରେ ନିସ୍ୱାର୍ଥପର ଭାବେ କଟକ, ପୁରୀ, ଭୁବନେଶ୍ୱର ସାମୁଦ୍ରିକ ଝଡ଼ ଫୋନୀ ହୋଇଥିବା କ୍ଷତିଗ୍ରସ୍ତ ସହରରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଟିମ୍ ଯିବାର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ନବଜ୍ୟୋତି ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଯାଇଛନ୍ତି । ଉଭୟ କର୍ମୀ ସମାବେଶରେ ଦଳର ଭୋଗରାଇ ବିଧାନସଭା ନିର୍ବାଚମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ, ଭୋଗରାଇ ବ୍ଲକ କମିଟି ପୂର୍ବତନ ସଭାପତି ଆଶୀଷ ପାତ୍ର, ହରମୋହନ ଦାଶ, ବସ୍ତା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ତଥା ବାଲିଆପାଳ ବ୍ଲକ ଚେୟାରମ୍ୟାନ୍ ବିଜନ ନାୟକ, ସତ୍ୟନାରାୟଣ ଗୁପ୍ତା, ଦେବରଂଜନ ଦେ, ଜଗବନ୍ଧୁ ବିଶ୍ୱାଳ, ଛାତ୍ର କଂଗ୍ରେସ, ଯୁବକଂଗ୍ରେସ ଓ ମହିଳା କଂଗ୍ରେସର କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।