କଂଗ୍ରେସ ସଂସଦ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୂପ ଦାଶଙ୍କ ଶ୍ରୀବଳଦେବଜୀଉ ଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ମୁଖ୍ୟ ପ୍ରବେଶ ପଥ ଦୁହୁରିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କଲେ କଂଗ୍ରେସର କେନ୍ଦ୍ରାପଡା ସଂସଦ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ । କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁର ପାଖରୁ ଏକ ବାଇକ ଶୋଭାଯାତ୍ରାରେ ଆସି ଦୁହୁରିଆ ଠାରେ ପହଞ୍ଚିବା ପରେ ସେଠାରୁ ଦଳର କର୍ମୀମାନେ ଇଂ ଦାଶଙ୍କୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହ ପାଛୋଟି ଆଣିଥିଲେ । ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ ସମର୍ଥକଙ୍କ ବାଇକ ଶୋଭାଯାତ୍ରା ଗହଣରେ ଏକ ସୁଶୋଭିତ ଜିପରେ ଛିଡା ହୋଇ ତିନିମୁହାଣି ଛକ, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ, ସାନ୍ତସାହି, କେଶପୁର ବଜାର ଦେଇ ସହରର ମୁଖ୍ୟ ରାସ୍ତାରେ ଇଛାପୁରସ୍ଥିତ ରଥଦାଣ୍ଡରେ ରାତି ପ୍ରାୟ ସାଢେ୮ଟାରେ ପହଞ୍ଚି ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ କଂଗ୍ରେସ ସଂସଦ ପ୍ରାର୍ଥୀ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ । ଇଂ ଦାଶଙ୍କ ସହିତ ଆଳି ବିଧାୟିକା ପ୍ରାର୍ଥୀ ଡା. ଦେବସ୍ମିତା ଶର୍ମା, ପାଟକୁରା ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋ, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ ପ୍ରତିହାରୀ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପିସିସି ସଭ୍ୟ ସଞ୍ଜୟ ରାଉତ, ବିଜେଡିରୁ ଆସି କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ବିଧାୟିକା ତଥା କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ସିପ୍ରା ମଲିକ, ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତ୍ତାର ପ୍ରମୁଖ ଏହି ଶୋଭାଯାତ୍ରାରେ ଜିପରେ ଛିଡା ହୋଇଥିଲେ । ସହର ମଧ୍ୟ ଦେଇ ଶୋଭାଯାତ୍ରା ଜିବା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକମାନେ ଛିଡା ହୋଇ ଇଂ ଦାଶଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରାପଡାର ସଂସଦ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଇଂ ଦାଶ କେନ୍ଦ୍ରାପଡା ଆସି ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହି ଶୋଭାଯାତ୍ରାରେ ସାମିଲ ହୋଇ କଂଗ୍ରେସ କର୍ମୀମାନଙ୍କ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ