କଂସାର ଗ୍ରାମ ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମ ପଞ୍ଚାୟତର କଂସାର, ସାହସପୁର, ଏଣ୍ଡର, ଫୋରଡ, ଚନ୍ଦନପୁର, ବାଇପୁର, ବନ୍ଧପଡା ଓ ଚଣ୍ଡିଆପଲ୍ଲୀ ଇତ୍ୟାଦି ଗ୍ରାମ ଗୁଡିକରେ ସ୍ଥାନୀୟ ସରପଞ୍ଚ ସରୋଜିନୀ ନାୟକଙ୍କ ପକ୍ଷରୁ ଦୁଇଗୋଟି ଅଙ୍ଗନୱାଡି କେନ୍ଦ୍ର ଏବଂ ସ୍କୁଲ ଗୃହ ସମେତ ବାତ୍ୟା କ୍ଳିଷ୍ଟ ଲୋକମାନଙ୍କ ପାଇଁ ୭ଟି ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଥିବା ବେଳେ ବାତ୍ୟା ଦାନାର ପ୍ରକୋପକୁ ଆଖି ଆଗରେ ରଖି ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୂଡା ଗୁଡ ସହ ସନ୍ଧ୍ୟାରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କ ଜରିଆରେ ଥଣ୍ଡା, ଜ୍ୱର, କାଶ ଓ ଝାଡାବାନ୍ତି ରୋଗ ପାଇଁ ମଧ୍ୟ ଓøଷଧ ବିତରଣ କରାଯିବା ସହିତ ଓଆର୍ଏସ୍ ଓ ବ୍ଲିଚିଂ ପାଉଡର ବିତରଣ କରାଯାଇଥିଲା । ବୁଧବାର ଏବଂ ଗୁରୁବାର ବାତ୍ୟା ଆଶ୍ରୟସ୍ଥଳରେ ଉପସ୍ଥିତ ଥିବା ଆଶ୍ରୟୀମାନଙ୍କୁ ରନ୍ଧାଖାଦ୍ୟ ସହିତ ଶୁଖିଲା ଖାଦ୍ୟ ମଧ୍ୟ ବିତରଣ କରାଯାଇଥିଲା । ସରକାରୀ ନିର୍ଦ୍ଦେଶ ପାଇବା ପରେ କେନ୍ଦ୍ରାପଡା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହିତ ବ୍ଲକ କର୍ମଚାରୀ ଶୁଭ୍ରଜିତ୍ ରାଉତ, ସୂର୍ଯ୍ୟାଂଶୁ ପଲେଇ, ବିଜୟ କୁମାର ସେଠୀ, ଚିନ୍ମୟୀ ସାହୁ, ଅରୁଣ କୁମାର ମାହାଳି, ଗୋପାଳ ମାନା ପ୍ରମୁଖ କଂସାର ପଞ୍ଚାୟତର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ସରୋଜିନୀ ନାୟକ ଏବଂ ସରପଞ୍ଚଙ୍କ ପ୍ରତିନିଧି ମନୋଜ କୁମାର ନାୟକଙ୍କ ସହିତ ସମାଜସେବୀ ରବିନ୍ଦ୍ର ନାଥ ପଣ୍ଡା, ପ୍ରଦୀପ ପରିଡା, ଗଜେନ୍ଦ୍ର ପରିଡା, ଲିପୁ ସ୍ୱାଇଁ, ରାଜା ପଣ୍ଡା, ଦୋଳଗୋବିନ୍ଦ ସ୍ୱାଇଁ, କ୍ଷିତିଶ ପଣ୍ଡା, ସମିତିସଭ୍ୟ ସରୋଜ ରଞ୍ଜନ ଜେନା, ଲାଲୁ ପ୍ରସାଦ ଜେନା, ଦେବେନ୍ଦ୍ର ପ୍ରସାଦ ଜେନା, ବିଶ୍ୱଜିତ ଜେନା, ପଦ୍ମଲୋଚନ ବେହେରା, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ମିଶି ୭୦୦ଜଣ ଲୋକମାନଙ୍କ ପାଇଁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଦୁଇଦିନ ଧରି ଯୋଗାଇ ଦେବାରେ ସହଯୋଗ କରିଥିଲେ ।