କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରବୀନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ମୂରଲୀଧି ପାତ୍ର ମୁଖ୍ୟବକ୍ତା, ଶିକ୍ଷକ ଦିଲ୍ଲିପ କୁମାର ଦାସ, ଶିକ୍ଷୟିତ୍ରୀ କୈାଶଲ୍ୟା ନାୟକ, ନିରଞ୍ଜନ ପରିଡା ଓ ସ୍କୁଲ ପରିଚାଳନା ସମିତି ସଭାପତି ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସୃଜନୀ କ୍ଲବର ମେଣ୍ଟର ଭାବେ ପୂର୍ଣ୍ଣୀମା ପ୍ରିୟଦର୍ଶିନୀ ଚୈାଧୁରୀ, ରଶ୍ମୀତା ଦାସ, ଜୟନ୍ତୀ ବେହେରା ଓ ସରିତା ସାହାଣୀ, କୈାଶଳୀ କ୍ଲବର ମେଣ୍ଟର ଭାବେ ରଞ୍ଜନ କୁମାର ଦାସ, କ୍ରୀଡାଙ୍ଗନା କ୍ଲବର ମେଣ୍ଟର ଭାବେ ମନୋଜ କୁମାର ସାହୁ, ଜିଜ୍ଞାସା କ୍ଲବର ମେଣ୍ଟର ଭାବେ ଭକ୍ତିଲତା ମହାରଣା କାର୍ଯ୍ୟନିର୍ବାହ କରିଥିଲେ । ଏହି ଅବସରରେ ୪ଟି କ୍ଲବର ବୋର୍ଡ ଉଦଘାଟନ ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ କଥା ମୋ କାହାଣୀ’ ପୁସ୍ତକର ଉନ୍ମୋଚନ କରାଯିବା ପରେ ଗଳ୍ପ ପଠନ, କବିତା ଆବୃତ୍ତି, ବିଜ୍ଞାନ ପ୍ରକଳ୍ପର ପ୍ରଦର୍ଶନ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରେବତୀ ନାଟକ ପରିବେଷଣ କରାଯାଇଥିଲା । ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ‘ଅଗ୍ନିଶିଖା’ର ପରିବେଷଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ