କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ବୁଧବାର ଯୁବ ରେଡକ୍ରସ ପକ୍ଷରୁ ଶଙ୍କର ଚକ୍ଷୁ ଚିକିତ୍ସା ଳୟ (ସମରଝୋଲ ) ଙ୍କ ସହଯୋଗ ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଯୁବରେଡ଼କ୍ରସ ଉପଦେଷ୍ଟା ଶ୍ରୀ ଲିଙ୍ଗରାଜ ରଥ ଙ୍କ ଉଦ୍ୟମ ରେ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନା ଦ୍ବୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସା ଳୟ ର ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।ମୋଟ ୯୭ ଜଣ ଙ୍କୁ ପରୀକ୍ଷା କରାଯାଇଥିଲା ସେଥିରୁ ୨୩ ଜଣ ଙ୍କ ପରଳ ଚିକିତ୍ସା ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସା ଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଯୁବ ରେଡ କ୍ରସ ର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ