କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଓ ଆଇ କ୍ଯୁ ଏସି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦିବସରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ . ପ୍ରକାଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତମାଖୁ ଭଳି ମାରାତ୍ମକ ଜିନିଷ ଖାଇବା ଦ୍ଵାରା ଶରୀରର ମାରାତ୍ମକ ରୋଗ କ୍ଷତି ହୋଇଥାଏ ଏବଂ ତାହାର ଅପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନର ଯୁବପିଢୀ ମାନେ ତମାଖୁ ଭଳି ନିଶାଦ୍ରବ୍ୟକୁ ଯେପରି ଆପଣାଇଛନ୍ତି ତାହାକୁ ଯେପରି ଦୂରେଇ ପାରିବେ ନେଇ ସଚେତନ ମଧ୍ୟ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ତର୍କ , ସ୍ଲୋଗାନ ଏବଂ ରଚନା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହି ଦିବସରେ ମହାବିଦ୍ୟାଳୟ ଅଧ୍ୟାପିକା ଡ଼. ସସ୍ମିତା କୁମାରୀ ସାହୁ , ଅଧ୍ୟାପକ ଅଶୋକ ନାୟକ , ଡ଼. ରବୀନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା , ସନ୍ତୋଷ କୁମାର ପାଣିଗ୍ରାହୀ , ଆଶିଷ ନାୟକ ଏବଂ ଅଧ୍ୟାପିକା ବାସନ୍ତୀ ନାୟକ ବିଚାରକ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ଶେଷରେ ବାଣିଜ୍ୟ ଅଧ୍ୟାପିକା ଆଶାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


