କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେମିନାର୍
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେମିନାର ଓ ଛାତ୍ରଛାତ୍ରୀ ଅଧ୍ୟାପକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦୁଇଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରଥମ ଦିବସରେ ଉଚ୍ଚ ଶିକ୍ଷାବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ ।ଏହି ଆୟୋଜିତ କାର୍ଯ୍ୟକ୍ରମ ସେମିନାର୍ ରେ ଛାତ୍ରଛାତ୍ରୀଙ୍କ ଜ୍ଞାନକୌଶଳ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ଭାବେ ରାଞ୍ଚି, ଝାଡ଼ଖଣ୍ଡ, ଭୀଷ୍ମଗିରି, ପାଟପୁର, ମୟୁରଭଞ୍ଜ, ସୋରଡ଼ା ଓ ସିଟି କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଅଧ୍ୟାପକ ଯୋଗ ଦେଇଥିଲେ l ଦୁଇଦିନର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କବାଡି,ବ୍ୟାଟମିଣ୍ଟନ,ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହ ଅଧ୍ୟାପକ ମଞ୍ଜୁରନ ନାଜ଼ୀ ଯୋଗଦେଇ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ କଲେଜର ଡ଼ଃ ସନ୍ତୋଷ କୁମାର ପାଢ଼ୀ, ଡ଼ଃ ସସ୍ମିତା କୁମାରୀ ସାହୁ ଡ଼ଃ ରବୀନ୍ଦ୍ର ବେହେରା, ଡ଼ଃ ଅଶୋକ ନାୟକ, ମନୋଜ କୁମାର ଭୂୟାଁ, ସୁଶାନ୍ତ ପଣ୍ଡା,ବସନ୍ତ ସେଠୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ପରିଶେଷରେ କଲେଜର ଅଧ୍ୟାପିକା ସ୍ଵାଗତିକା ମହାଙ୍କୁଡ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ l