କଟକ କମିଶନରେଟ ପୋଲିସ ହାତରେ ଦାଦାବଟି ଆଦୟକାରି
କଟକ,(ଦୀପକ୍ କୁମାର ବେଉରା): ଦାଦାବଟି ଘଟଣାରେ ପୁଣି ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ଵାଳ । ରଞ୍ଜିତା ଙ୍କ ସମେତ ଆଉ ୨ ଜଣ କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସାଇକେଲ ନାନା ଓରଫ୍ ସୁଚିତ୍ର ରଞ୍ଜନ ମହାପାତ୍ର ଓ ରଞ୍ଜିତ୍ ସିଂ । ଏହି ସମସ୍ତ ଦାଦା ବାଟି ଧଳ ସାମନ୍ତ ବ୍ରଦରସ୍ ଙ୍କ ନିର୍ଦ୍ଦେଶରେ ହୋଇଥିବା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସି ଡି ଏ ଫେଜ୍ ୨ ଥାନାର ଜୋନ୍ ୩ ର ଏ ସି ପି । ଗତ ୯ ତାରିଖ ରାତିରେ ସେକ୍ଟର ୧୧ ରେ ଥିବା ବାଲିଘାଟ ଠିକାଦାର ଠାରୁ ଦାଦାବଟି ମାଗିବା ନେଇ ପୋଲିସ ଶୁରାକ ପାଇଥିଲା । ତୁରନ୍ତ ଘାଟ ଉପରେ ପହଁଚିବା ପରେ ସେଠାରୁ ସାଇକେଲ ନନା କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ ଜଣ ଖସି ପଳାଇଥିଲେ । ପରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା କହିଛନ୍ତି ଏ ସି ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା । ଏହି ଏକ ଲକ୍ଷ ଟଙ୍କା କାହା ପାଖରୁ ଆଦାୟ କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ପୋଲିସ ନିକଟକୁ କେହି ଅଭିଯୋଗ ନ କରିଥିଲେ ମଧ୍ୟ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ରଞ୍ଜିତାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।