କଟକ ବଡ ଡାକ୍ତରଖାନାରୁ ଯୁବତୀ ନିଖୋଜ

ହାଟଡିହି, (ବିକାଶ ବିଶ୍ୱାଳ) :-ନିଜ ମା’କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ନେଇ ଯାିଥିବା ଜଣେ ଯୁବତୀ ନିଖୋଜ ହୋଇଯାଇଛି । ଏନେଇ ଯୁବତୀଙ୍କ ବାପା କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ସରମଙ୍ଗା ଗ୍ରାମର ବାବନ ଚରଣ ସେଠୀଙ୍କ ପତ୍ନୀ ରଙ୍ଗଲତା ସେଠୀଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଗତ ୨୫ତାରିଖ ଦିନ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା । ତାଙ୍କ ସହିତ ରୋଗୀର ଆଟେଣ୍ଡାଣ୍ଟ ଭାବେ କାମ କରିବାକୁ ସ୍ୱାମୀ ବାବନ ଓ ଝିଅ ସାବିତ୍ରୀ(୨୫) ସାଙ୍ଗରେ କଟକ ଯାଇଥିଲେ । ଝିଅ ସାବିତ୍ରୀ ମାନସିକ ରୋଗୀ ହୋଇଥିବାରୁ ବାବନ ତାକୁ ସ୍ତ୍ରୀ ପାଖରେ ଛାଡି ନିଜେ ବାହାରକୁ ଯାଇ ଔଷଧପତ୍ର ଆଣିଥାନ୍ତି । ଗତ ୨୬ତାରିଖ ଦିନ ବାବନ ତଳକୁ ଡିଏମଏଫ ସଞ୍ଜିବନୀ ଅର୍ଥ ଆଣିବାପାଇଁ ଆସି ଫେରିବା ବେଳକୁ ରୋଗୀ ପାଖରେ ଝିଅକୁ ପାଇ ନଥିଲେ । ଅନେକ ସ୍ଥାନରେ ଖୋଜାଖେଜି କରିବାପରେ ତାର କୌଣସି ସନ୍ଧାନ ନପାଇବାରୁ ବାଧ୍ୟହୋଇ ମଙ୍ଗବାଗ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଯଦି କେହି ବ୍ୟକ୍ତି ତାଙ୍କ ଝିଅର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନାରେ ଜଣାଇବାକୁ ବାପା ବାବନ ସେଠୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ