କଟକ ବିଭିନ୍ନ ଅଞ୍ଚଳ ବିଶୋଧନ

କଟକ, (ଓ୍ବାଇଏନ୍ଏସ୍):ଖାନନଗର ଯୁବକ ସଂଘ ଏବଂ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଖାନନଗର ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । କରୋନା ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଅରୁଣୋଦୟ ନଗର, ଉତ୍କଳମଣୀ ସ୍ମାରକୀ ବିଦ୍ୟାପୀଠ, ମଞ୍ଜୁଲତା ପୌର ଚିକିତ୍ସାଳୟ, ଚନ୍ଦନ ପଡିଆସ୍ଥିତ ମଠ ତଥା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ତଥା ଘରକୁ ଘରକୁ ବୁଲି ବିଶୋଧନ କରିବା ସହ ସଚେତନ କରାଯାଉଛି । ଦୀର୍ଘ ୨୦ଦିନ ହେବ ଲଗାତାର ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବିଶୋଧନ କରାଯାଉଛି । ଯୁବକ ସଂଘର ଏହି ଲୋକହିତକର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ପୂଜା କମିଟି ସଭାପତି ସୁବାଷ ବେହେରା, ଉପସଭାପତି ଅକ୍ଷୟ ବେହେରା, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ଯୁବକ ସଂଘ ସମ୍ପାଦକ ପ୍ରତାପ କୁମାର ସାହୁ, ସଭାପତି ସୀତାରାମ ବେହେରା, ଅମୁଲ୍ୟ ବେହେରା, ସଞ୍ଜୟ ବେହେରା, ବୁଲୁ ବେହେରା, ତପୁ ସାହୁ, କାହ୍ନୁ ସାହୁ , ସଂଗ୍ରାମ ଦାଶ, ପ୍ରଦୀପ ସାହୁ, ସୁଶୀଲ ପରିଡା , କାଳୀପ୍ରଶନ୍ନ ଦାଶ ଏବଂ ନେତାଜୀ ଯୁବ ସେବା ସମିତିର କର୍ମକର୍ତ୍ତାମାନେ ବିଶୋଧନ କାର୍ଯ୍ୟକ୍ରମକୁ ପରିଚାଳନା କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ