କଠିନ ପରିଶ୍ରମରେ ବିଶ୍ୱାସ ରଖେ.’ନବୀନ ପଟ୍ଟନାୟକ ମୋ ଆଦର୍ଶ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହେବା ପରଠାରୁ ଦଳ ପ୍ରତି ମୋର ସଦା ସର୍ବଦା ଆନୁଗତ୍ୟ ରହିବା ସହିତ ଶୃଙ୍ଖଂଳିତ କର୍ମୀ ଭାବେ କାମ କରିଆସୁଛି I ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏକ ମାତ୍ର ଲକ୍ଷ୍ୟ ବୋଲି ବାରମ୍ବାର ମୁଁ ଦଳର ପଦାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ I ସାଧାରଣ ଦଳୀୟ କର୍ମୀମାନଙ୍କ ଅସୁବିଧାକୁ ଦଳୀୟ ପର୍ଯ୍ୟବେକ୍ଷକ,ସମସ୍ତ ଅଫିସର,ରାଜନେତା,ବିଧାୟକ,ସାଂସଦ ଓ ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ,ଯାହାକି ମୋର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥାଏ I ବିଜେଡିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ତଥା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସର୍ବଦା ପ୍ରାଥମିକତା ଦେଇଆସିଛି Iକିନ୍ତୁ ଦୁଃଖର ବିଷୟ ମୋତେ କୌଣସି କାରଣ ନ ଥାଇ ଅଥବା କାରଣ ଦର୍ଶାଅ ସୂଚନା ନ ଦେଇ ମୋତେ ବହିଷ୍କାର କରିବା କେତେଦୂର ଯଥାର୍ଥ,ଯାହାକି ଏକ ସାଧାରଣ କର୍ମୀ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଦୀପ୍ତିମାନ ବଳ ପ୍ରକାଶ କରିଛନ୍ତି I ମୁଁ ଦଳର କୌଣସି ପଦ ପଦବୀରେ ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ମୋର ଆଦର୍ଶ ଯାହାକୁ ପାଥେୟ କରି ମୁଁ ବି.ଜେ.ଡିରେ ଅଛିI ସୂଚନା ଯୋଗ୍ୟ ଆମୱାର୍ଡରେ ଦୁଇ ଦୁଇଥର ସ୍ୱାଧୀନ ପ୍ରାର୍ଥୀଙ୍କୁ ମୁଁ ବିଜୟୀ କରାଇଛି ଏବଂ ମୁଁ ବିଜେଡ଼ିକୁ ହିଁ ସମର୍ଥନ କରିଛି।ଏମିତିକି ଅତୀତରେ ବିଜେପି ଓ କଂଗ୍ରେସ ପାଖରୁ ମୋ ସ୍ୱାଧୀନ ବିଜୟୀ ପ୍ରାର୍ଥୀଙ୍କୁ ଅଧକ୍ଷ ଓ ଉପାଧ୍ୟକ୍ଷ ପଦ ମଧ୍ୟ ଯଚା ହୋଇଥିବା ସତ୍ୱେ କିନ୍ତୁ ମୁଁ ବିଜେଡି ବିରୁଦ୍ଧରେ ନ ଯାଇ ରାଇରଙ୍ଗପୁର ପୌରପରିଷଦରେ ବିରୋଧୀ ହିସାବରେ ରହିଆସିଅଛିI ମୁଁ ଦଳର କାମରେ ବିଶ୍ୱାସ କରେ ଓ ନବୀନ ପଟ୍ଟନାୟକ ମୋର ଆଦର୍ଶ ବୋଲି ନିକଟରେ ବି ଜେ.ଡି.ରୁ ନିଲମ୍ବିତ ହୋଇଥିବା ଶ୍ରୀଯୁକ୍ତ ବଳ ଆମ ପ୍ରତିନିଧିଙ୍କୁ ପ୍ରକାଶ କରିଛନ୍ତି I