କଣମଣା ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଜ୍ଞାନ ଆହୋରଣ କଲେ ୟୁରୋ ସ୍କୁଲର ବିଦ୍ୟାର୍ଥୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପିଲାଙ୍କ ପାଠପଢା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ସେବା ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଆନ୍ତର୍ଜାତୀୟ ମାର୍କା ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରିନ୍ସିପାଲ ତପସ୍ୱିନୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସ୍କୁଲର ଷଷ୍ଠ ଶ୍ରେଣୀ ର ବିଦ୍ୟାର୍ଥୀ ମାନେ ଶନିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ପଂଚାୟତ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ବିଷୟରେ ଜ୍ଞାନ ଆହୋରଣ କରିଥିଲେ । କଣମଣା ଗ୍ରାମ ପଂଚାୟତ ର ସରପଞ୍ଚ ବି. ଦମୟନ୍ତୀ, ପୂର୍ବତନ ସରପଞ୍ଚ ତଥା ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ଜନାର୍ଦନ ସ୍ୱାଇଁ, ଚନ୍ଦନ ବେହେରା, ବି. ସୀମାଦ୍ରୀ, ପିଇଓ ସନ୍ତୋଷ ବେହେରା, ଏଡିଇଓ ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପଂଚାୟତର କାର୍ଯ୍ୟ, ସରପଂଚଙ୍କ କାର୍ଯ୍ୟ, ଜନ ପ୍ରତିନିଧି ମାନେ କିଭଳି ନିର୍ବାଚିତ ହୁଅନ୍ତି, ନିର୍ବାଚିିତ ହେବା ପରେ ସେମାନେ ପଂଚାୟତର ଉନ୍ନତି ପାଇଁ କଣ କାର୍ଯ୍ୟ କରନ୍ତି, ପଂଚାୟତ କିପରି ଭାବେ ଚାଲେ ସେ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇଥିଲେ । ୟୁରୋ ସ୍କୁଲର ଶିକ୍ଷୟତ୍ରୀ ପୂଜାନନ୍ଦ ସାହୁ ଓ ସିଷ୍ଟର ମାବେଲ କାଲପେପର ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବେ ବୁଝାଇଥିବାରୁ ପଂଚାୟତ ସରପଞ୍ଚ ସମେତ ଅନ୍ୟାନ୍ୟପ୍ରତିନିଧି ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


