କଣାସରେ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ପୁରୀ ଜିଲ୍ଲା କଣାସ ବ୍ଲକରେ ମଙ୍ଗଳବାର କୁଳମଣୀ ନୋଡାଲ, ବଳଭଦ୍ର ନୋଡାଲ,ଜାଗୁଳାଇପଦର ନୋଡାଲ,ମନ୍ଦାରବସ୍ଥ ନୋଡାଲ,ବଳଭଦ୍ର ନୋଡାଲ, ବିନ୍ଧଣ ନନ୍ଦିଗୋଦା ୟୁଜିୟୁପି,ବାରଦା ବାଦଲପୁରପୁର ନୋଡାଲ,ଭିକାରୀ ଚରଣ ନୋଡାଲ, ସିରେ଼ଇ ନୋଡାଲ,ଗ୍ରମେଶ୍ୱର ବିଶ୍ଵନାଥ ନୋଡାଲ,ଅନନ୍ତେଶ୍ୱର ୟୁଜିୟୁପି,ବିଶ୍ବମ୍ବର ନୋଡାଲ,ବଂଶୀଧର ନୋଡାଲ ଓ ବାଲିପାଟଣା ୟୁଜିଏଚ୍ଚଏସ କ୍ଲଷ୍ଟରରେ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଯାଇଅଛି ।ଏଥିରେ ପ୍ରତି ବିଦ୍ୟାଳୟରୁ ପ୍ରଥମ,ଦ୍ୱିତୀୟ , ତୃତୀୟ ଶ୍ରେଣୀର ୧୦ଜଣ ଜଣ ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ ।ପ୍ରଥମରୁ ନିପୂଣ ଓଡ଼ିଶା ଗୀତ ଓ ଶପଥପାଠ କରି ମେଳାର ଶୁଭାରମ୍ଭ ହୋଇଥିଲା ।ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶିକ୍ଷାର ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ନିପୂଣ ଓଡ଼ିଶା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା ।ଏହି ମେଳାରେ ପିଲାମାନଙ୍କୁ ପାଠ ପଢ଼ାରେ ସମର୍ଥନ କରିବା ଏବଂ ଘରେ ଶିକ୍ଷଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯାଇଥିଲା ।ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ,ଦ୍ୱିତୀୟ,ତୃତୀୟ ମନୋନୟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ପଞ୍ଚାୟତ ଜନପ୍ରତିନିଧି,ଅଙ୍ଗନୱାଡ଼ି କର୍ମୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ