କଣିଆପଲ୍ଲୀରେ ସହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ହେଲିକେପ୍ଟର୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବାୟୁ ସେନା ଅଧିକାରୀ ଏବଂ ଯବାନଙ୍କ ପାଇଁ କଣିଆପଲ୍ଲୀ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାଳୀ ଚରଣ ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଚିତ୍ତରଞ୍ଜନ ପାଢୀ, ସିକୁନ ପାଢୀ, ରାଜେଶ୍ଵର ପାଢୀ, ସାନ୍ତନୁ ବେହେରା, ମାନସ ବେହେରା, ପୂର୍ଣ୍ଣ ଚନ୍ଦ୍ର ପାଢୀ, ଡ୍ରାଇଭର ବେହେରା, ଚିନ୍ମୟ କୁମାର ପାଢୀ, ବବ୍ରୁ ବେହେରା, ଜ୍ୟୋତି ପାଢୀ, ଶ୍ରୀୟା ପାଣିଗ୍ରାହୀ, ସୁକୟନି ବେହେରାଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ରହି ଆମର ସହୀଦ୍ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ I ଏହି ଅବସରରେ ଯବାନଙ୍କୁ ସମ୍ମାନ ଜଣାଇ କଣିଆପଲ୍ଲୀ ଗ୍ରାମର ଚୈତନ୍ୟ ଠାକୁରଙ୍କ ମନ୍ଦିର ଠାରୁ ରାମେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏକ କ୍ଯାଣ୍ଡେଲ୍ ଶୋଭାଯାତ୍ରା ହୋଇଥିଲା I