କଣ୍ଟିଗଡିଆ ତେନ୍ତୁଲିପଦି ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା କଣ୍ଟିଗଡିଆ- ତେନ୍ତୁଲିପଦି ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଯୋଜନାରେ ଏହି ୩କିଲୋମିଟର ରାସ୍ତା ନିର୍ମାଣ ଲାଗି ରାଜ୍ୟସରକାର ଏକକୋଟି ୫୮ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ବିଧାୟକ ଶ୍ରୀ ସେଠୀଙ୍କଙ୍କ ସହ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ପୁର୍ବତନ ଅନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଆର.ଡି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସୁବଳ କୁମାର ପଣ୍ଡା, ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ବେହେରା, କନିଷ୍ଠଯନ୍ତ୍ରୀ ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ନଡିଆଭାଙ୍ଗି ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ପରମେଶ୍ୱର ମଲ୍ଲିକ, ବୁଦ୍ଧଦେବ ଜେନା, ସଢ଼ା ପଞ୍ଚାୟତର ସମିତିସଭ୍ୟ ପ୍ରଭାତ ରାଉତ, ପ୍ରଦୀପ ଜେନାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହି ରାସ୍ତା ନିର୍ମାଣ ହେଲେ ପନ୍ଦାଡୋ, ସରଳାପସି, ସୁନ୍ଦରାପାଳ, କଣ୍ଟିଗଡିଆ, ତେନ୍ତୁଲିପଦି ଆଦି ଗ୍ରାମର ହଜାର ହଜାର ଲୋକ ଯାତାୟତ କ୍ଷେତ୍ରରେ ଉପକୃତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ