କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମରେ ୬ ପଜେଟିଭ୍ ଚିହ୍ନଟ ହେବା ପରେ ଗ୍ରାମର ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଂଚିଛି । କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କନ୍ତିଆ ଗ୍ରାମର ରାଉତ ସାହି, ବିଶ୍ୱାଳ ସାହିକୁ ସରପଞ୍ଚ ରଞ୍ଜନ କୁମାର ସାହୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମକୁ ବାହାର ଲୋକ ପ୍ରବେଶ ନକରିବା ଏବଂ ଗ୍ରାମ ଲୋକ ବାହାରକୁ ଯିବା ଆସିବା ବନ୍ଦ କରିବା ପାଇଁ ଉଭୟ ସାହିର ରାସ୍ତାକୁ ବାଉଁଶ ବାଡା କରାଯାଇ ଅବରୋଧ କରାଯାଇଛି । ନୋଡାଲ ଅଫିସର ଅଭୟ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା ଉପସ୍ଥିତ ଥିଲେ ।


