କଣ୍ଟେନର ଧକ୍କାରେ ବାଇକ ଆରୋହି ମୃତ
ଯାଜପୁର ଜିଲ୍ଳା ଜାରକା ଛକ ନିକଟରେ ସଡକ ଦୂର୍ଘଟଣା । ଦୂର୍ଘଟଣାରେ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ ମଙ୍ଗଳପୁର ଥାନା ଅଞ୍ଚଳର ଞ ଅ।।ଞ୍ଜେନ ପ୍ରସାଦ ରାୟଙ୍କ ପୁଅ ଦେବ ପ୍ରସାଦ ରାୟ । ସୂଚନା ଅନୁସାରେ ଦେବ ବାଇକ ଯୋଗେ ଚଣ୍ଡିଖୋଲ ଯାତ୍ରା କରୁଥିବା ସମୟରେ ଡମ୍ପର ଗାଡିକୁ ସାଇଡ ମାରିବାରୁ ତଳେ ପଡିଯାଇଥିଲେ । ଏହା ପରେ ଡମ୍ପର ତାଙ୍କ ଉପରେ ଚଢିଯାଇଥିଲା ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


