କଣ୍ଡୁରୀ ଚରଣଙ୍କ ଏକାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ କଣ୍ଡୁରୀ ଚରଣ ବେହେରାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପରିଡା, ଶିକ୍ଷକ ନାରାୟଣ ପଣ୍ଡା, ଖଗେଶ୍ୱର ମଲ୍ଲ, ବିଜୟରଶ୍ମୀ ମହାପାତ୍ର, ସାବିତ୍ରୀ ସାମଲ, ପ୍ରଭାତ ନଳିନୀ ଦାସ, ସରୋଜିନୀ ସ୍ୱାଇଁ, ସତ୍ୟପ୍ରିୟ ଦାସ, ମିନତୀ ସ୍ୱାଇଁ, ସଂଯୁକ୍ତା ସ୍ୱାଇଁ, ବ୍ରଜ କିଶୋର ଦାସ, ଗୋକୁଳାନନ୍ଦ ବେହେରା ପ୍ରମୁଖ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରି ତାଙ୍କର ଅନୁଷ୍ଠାନ ପ୍ରତି ଥିବା ଅନୁରକ୍ତି ଓ ପ୍ରସଂଶନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ବେହେରା ଭରତପୁର ଗ୍ରାମର ଶ୍ରୀ ଶ୍ରୀ ଦଧିବାବନଜୀଉ ମନ୍ଦିର ସମେତ ପାଖଆଖ ଗ୍ରାମ ଗୁଡିକର ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ