କଦଳୀବାରି ଗ୍ରାମରେ ଜମିଜମା ବିବାଦ କୁ କେନ୍ଦ୍ର କରି ଗଣ୍ଡଗୋଳ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ର କଦଳୀବାରି ଗ୍ରାମରେ ଜମିଜମା ବିବାଦ କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପରିବାର ରୁ ଚାରିଜଣ ଆହତ ହୋଇ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଜଣେ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣାର ତଦନ୍ତ କରି ଘଟଣାରେ ସଂଶ୍ଳିଷ୍ଟ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସଂପର୍କ ରେ ଚାରିଛକ ଥାନାରେ ୫୭/୨୩ ଓ ୫୮/୨୩ ରେ ଦୁଇଟି ମାମଲା ରୁଜୁ କରାଯାଇଛି । ପୋଲି ରେ ହୋଇଥିବା ଅଭିଯୋଗରୁ ଜଣା ପଡ଼ିଛି ଯେ , କଦଳୀବାରୀ ଗ୍ରାମ ର ପ୍ରମୋଦ ସ୍ବାଇଁ ଓ ବିଦୁଲତା ସ୍ବାଇଁ ଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ କୁ ନେଇ ବିବାଦ ଦେଖା ଦେବା ପରେ ଉଭୟ ପରିବାର ପରଷ୍ପର କୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ଘଟଣା ରେ ଗୁରୁତର ଆହାତ ସଖିଲତା ସ୍ଵାଇଁ ଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ରେ ବାହାରେଣା ପଞ୍ଚାୟତ ର ସରପଞ୍ଚ ଅମିତା ସ୍ବାଇଁ ଆହାତ ହୋଇ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି।