କନଷ୍ଟେବଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା ସୋମବାର ହୋଇଯାଇଛି । ଗୋରାଚାନ୍ଦ ତ୍ରିପାଠୀ ନିକଟତମ ପ୍ରତିଦ୍ୱନ୍ଦୀ ଅଭିମନ୍ୟୁ ଜାଲିଙ୍କ ଠାରୁ ୨୦୬ ଖଣ୍ଡ ଅଧିକ ଭୋଟ ପାଇ ସଂଘର ସଭାପତି ଭାବେ ସେ ବିଜୟୀ ହୋଇଛନ୍ତି । ସେହିପରି ସୁବାସ ଚନ୍ଦ୍ର ସେଠୀ ନିକଟତମ ପ୍ରତିଦ୍ୱନ୍ଦୀ ବଳରାମ ଜେନାଙ୍କ ଠାରୁ ୩୩୩ ଖଣ୍ଡ ଅଧିକ ଭୋଟ ପାଇ ସଂପାଦକ ସେ ଭାବେ ବିଜୟୀ ହୋଇଥିବା ବେଳେ ଜି.ଗଣେଶ ରାଓ ନିକଟତମ ପ୍ରତିଦ୍ୱନ୍ଦୀ ସନ୍ତୋଷ କୁମାର ସାହୁଙ୍କ ଠାରୁ ୨୬୪ ଖଣ୍ଡ ଅଧିକ ଭୋଟ ପାଇ ଉପସଭାପତି ଭାବେ ସେ ବିଜୟୀ ହୋଇଛନ୍ତି । ସେହିପରି ଯୁଗ୍ମ ସଂପାଦକ-୧ ବି.ହେମନ୍ତ କୁମାର,ଯୁଗ୍ମ ସଂପାଦକ-୨ ନୀଳମାଧବ ବେହେରା ଏବଂ କୋଷାଧ୍ୟକ୍ଷ ଭାବେ ଜି.ମନୋଜ କୁମାର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଅଧିକା ଭୋଟ ପାଇ ବିଜୟୀ ହୋଇଥିଲେ । ଏହାସହିତ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋଜ କୁମାର ରଥ, ଏସ୍‌.ପ୍ରହଲ୍ଲାଦ ରେଡ୍ଡୀ, ଉମାଶଙ୍କର ବେହେରା ଓ ତପନ କୁମାର ନାୟକ ମଧ୍ୟ ନିକଟତମ ପ୍ରତିଦ୍ୱନ୍ଦୀ ଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି । ରବିବାର ସଂଘର ନିର୍ବାଚନ ହୋଇଥିଲା । ୨୬ଟି ସ୍ଥାନରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଦାୟିତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ