କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କଲେ ଯୋଗୀ ସରକାର

ଲକ୍ଷ୍ନୌ : ବଲିଉଡ ସିଙ୍ଗର କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯୋଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କନିକା ଲଣ୍ଡନ ଯାଇଥିଲେ ମଧ୍ୟ ନିଜର ଯାତ୍ରା ସମ୍ପର୍କରେ ଲୁଚାଇଥିଲେ । ଏପରିକି ଶତାଧିକ ବ୍ୟକ୍ତିଙ୍କ ସହିତ ପାର୍ଟିରେ ଯୋଗ ଦେବା ସହିତ ତାଜ ହୋଟେଲର ୬୦୨ ନମ୍ବର ରୁମ୍‌ରେ ଅବସ୍ଥାନ କରିଥିଲେ । କନିକାଙ୍କ ସହିତ ଏହି ପାର୍ଟିରେ ଏକାଧିକ ବଲକିଉଡ୍‌ ସେଲିବ୍ରିଟି ଏବଂ ରାଜନେତା ଯୋଗ ଦେଇଥିଲେ । ଯୋଗୀଙ୍କ ଅନୁମତି ପରେ କନିକାଙ୍କ ବିରୋଧରେ ଆଇପିସିର ଧାରା ୧୮୮, ୨୬୯ ଏବଂ ୨୭୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ