କନ୍ଟେନମେନ୍ଟକୁ ନେଇ ବଢୁଛି ସମସ୍ୟା, ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

ରାଇକିଆ, (ପ୍ରଦୀପ କୁମାର ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ସହର ସମେତ ୧୩ ଗୋଟି ଗ୍ରାମ ରେ ଗତ ୧୨ ଦିନ ହେଲା ଅଚଳାବସ୍ଥା ଦେଖା ଦେଇଛି । ଜୁଲାଇ ୧୦ ତାରିଖ ଦିନ ରାଇକିଆ ଅଞ୍ଚଳ ରୁ ଦୁଇ ଜଣ ପଜିଟିଭ୍ ଚିହ୍ନଟ ପରେ କନ୍ଟେନମେନ୍ଟ ଘୋଷଣା କରାଯାଇଥିଲା । ଏବେ ଦିନ କୁ ଦିନ ଲୋକଙ୍କ ସମସ୍ୟା ବଢିବା ରେ ଲାଗିଛି । ରାସନ୍ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ ଦୋକାନ ସବୁ ବନ୍ଦ ରହିଛି । ପାଖା ପାଖି ୧୩ ହଜାର ଲୋକ ଏହି କନ୍ଟେନମେନ୍ଟ ଭିତରେ ରହିଛନ୍ତି । ସେହି ପରି ବଫର ଜୋନ ରେ ଥିବା ୧୭ ଟି ଗ୍ରାମ ପ୍ରତ୍ୟେକ କ୍ଷେତ୍ର ରେ ରାଇକିଆ ଉପରେ ନିର୍ଭର କରୁଥିବା ରୁ ସେମାନେ ମଧ୍ୟ ସମାନ ଅସୁବିଧା ର ସମ୍ମୁଖନ ହେଉଛନ୍ତି ।ଖାଦ୍ୟ ସାମଗ୍ରୀ ଓ ଔଷଧ ପାଇଁ ଲୋକେ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାର ସିଧା ପ୍ରଭାବ ଗ୍ରାମାଞ୍ଚଳ ଉପରେ ପଡୁଛି । ଚାଷ କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଥିବା ବେଳେ ଆବଶ୍ୟକୀୟ ସାର, ବିହନ ମଧ୍ୟ ମିଳି ପାରୁ ନାହିଁ । ଔଷଧ ଭଳି ଜରୁରୀ ସାମଗ୍ରୀ ସାରି ଯାଇଥିବାରୁ ରୋଗୀ ନିରାଶ ହୋଇ ଫେରୁଛନ୍ତି । ମାଲବାହୀ ଟ୍ରକ ଆସୁନଥିବାରୁ ଔଷଧ ଆସୁନଥିବା ଉତ୍ତର ମିଳୁଛି ।କନ୍ଧମାଳ ଜିଲ୍ଲା କୁ ଅତ୍ୟାବଶ୍ୟକ ସାମଗ୍ରୀ ଗଞ୍ଜାମ ଜିଲ୍ଲା ରୁ ଆସୁଥିବା ବେଳେ କଟକଣା ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇ ଯାଇଛି । ଏ ନେଇ ଆଜି ରାଇକିଆ ର ବିଭିନ୍ନ ସଙ୍ଗଠନ ର ସଦସ୍ୟ ମାନେ ଲୋକଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ଏବଂ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟ ରେ ଲିଖିତ ଦାବି ମଧ୍ୟ ଜଣାଇ ଥିଲେ । କନ୍ଟେନମେନ୍ଟ ଉଠାଇବାକୁ ନେଇ ବିଡ଼ିଓ ପ୍ରବୀଣ କୁମାର ବାଣୁଆ କହିଛନ୍ତି, ବର୍ତମାନ କୌଣସି ନିଷ୍ପତି ହୋଇ ନାହିଁ, ପରିସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ