କନ୍ଧମାଳରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ପାସହାର ୬୦.୪୪ ପ୍ରତିଶତ:ଅମ୍ଲାନଅଭିନନ୍ଦନ ଜିଲ୍ଲାରେ ଟପ୍ପର

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାର ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ପାସହାର ୬୦.୪୪ ପ୍ରତିଶତ ରହିଛି। ଜିଲ୍ଲାରୁ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବାବେଳେ ୧୩୬ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୩୫ ଏବଂ ତୃତୀୟ ଶ୍ରେଣୀରେ ୭୭ ଜଣ ପାସ କରିଛନ୍ତି। ଫୁଲବାଣୀ ସରକାରୀ ଜୁନିୟର କଲେଜରୁ ୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଛାତ୍ର ଅମ୍ଲାନ ଅଭିନନ୍ଦନ ୪୭୭ ନଂ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେହିପରି ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ୯୬ ଜଣ ପରୀକ୍ଷା ଦେଇଥିବା ବେଳେ ୫୫ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ ୧୦ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। କଲେଜର ସୁମିତ୍ ସେନାପତି ୪୩୫ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ବ୍ରାହ୍ମଣୀଗାଁ କଲେଜରେ ୫୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୪ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୯ ଜଣ ଓ ତୃତୀୟ ଶ୍ରେଣୀରେ ୧୯ ଜଣ ପାସ କରିଛନ୍ତି। ଛାତ୍ର ଲିପୁ ଦିଗାଲ ୪୫୭ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ଆଜି ଫଳାଫଳ ଘୋଷଣା ପରେ ତିନୋଟି କଲେଜରେ ଟପ୍ପର ହୋଇଥିବା ଛାତ୍ରମାନଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନ୍ୟ ସହପାଠିମାନେ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ