କନ୍ଧମାଳର ନୂତନ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟରେ ଯୋଗଦାନ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଯୁବ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଶୁଭେନ୍ଦୁ ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରିର ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ପାତ୍ର ନୂଆ ଏସ୍‌.ପି ଭାବେ ଯୋଗଦେବା ପରେ ବିଭାଗୀୟ ଅଧିକାରୀମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷେ, ଏଠାରେ କାର୍ଯ୍ୟରତ ଏସ୍‌.ପି ବିନୀତ ଅଗ୍ରୱାଲଙ୍କର ଯାଜପୁର ଏସ୍‌.ପି ଭାବେ ବଦଳି ହୋଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତେବେ ନୂଆକରି କନ୍ଧମାଳ ଏସ୍‌.ପି ଭାବେ କାର୍ଯ୍ୟରେ ଯୋଗଦେବା ପରେ ମାଓ ମୁକାବିଲା ଏବଂ କନ୍ଧମାଳରେ ଗଞ୍ଜେଇ ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ତାଙ୍କ ପାଇଁ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି। ଜିଲ୍ଲାରେ ଏବେ କେକେବିଏନ୍‌ ଏବଂ ଘୁମୁସର-ନାଗାବଳି ଡିଭିଜନ ମାଓବାଦୀ ସକ୍ରିୟ ଥିବାରୁ ଉଭୟ ସଂଗଠନକୁ ମୁକାବିଲା କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେହିଭଳି ଗଞ୍ଜେଇ ଚାଷକୁ କେନ୍ଦ୍ର କରି ଏଠାରେ ବାରମ୍ବାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। କହିବାକୁ ଗଲେ କନ୍ଧମାଳ ଏବେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ବିଶେଷକରି ଫୁଲବାଣୀ ସହରରେ ଅନେକ ଚୋରା ଗଞ୍ଜେଇ ମାଫିଆ ମାନେ ଖୁଲମଖୁଲା ବୁଲୁଥିବାରୁ ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ଼ ଆହ୍ବାନ ହେବ ବୋଲି କୁହାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ