କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ହାଇକୋର୍ଟର ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀ ଗସ୍ତ କରିଛନ୍ତି ।ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଜ୍ଞାନୀନ୍ଦ୍ର ପାଢ଼ୀ, ପ୍ରଦୀପ୍ତ ରଞ୍ଜନ ନାୟକ, ଶିବପ୍ରସାଦ ତ୍ରିପାଠୀ, ବିରୁପାକ୍ଷ ପଣ୍ଡା, କମଳ ବେହେରା, ବୀଣାପାଣି ପ୍ରଧାନ, ମନୋଜ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ଟୁଟୁ ସେନାପତି ପ୍ରମୁଖ ଅନେକ ଆଇନଜୀବୀ ଉପସ୍ଥିତ ରହି ଜଷ୍ଟିସଙ୍କୁ ସ୍ଵାଗତ କରିଥିଲେ ।ଜିଲ୍ଲା ଦୌରା ଜଜଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା କୋର୍ଟରେ ଜଷ୍ଟିସଙ୍କ ତଦାରଖ ଓ ସମୀକ୍ଷା କାର୍ଯ୍ୟକ୍ରମ ରହିଥିଲା । ପରେ ପରେ ନୁତନ ବାର ଗୃହରେ ବିଜୟ କୁମାର ମହାନ୍ତିଙ୍କ ସଭପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ ପୂର୍ବକ ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ