କନ୍ଧମାଳ ଜଣଙ୍କର ମୃତ୍ୟୁ ସହ ୮୫ ସଂକ୍ରମିତ ଚିହ୍ନଟ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ବୁଧବାର ଦିନ ପୁଣି ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ସହ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୬ ଜଣ ପୁରଷ ଓ ୩୯ ଜଣ ମହିଳା ଥିବା ବେଳେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି। ସର୍ବାଧିକ ଫୁଲବାଣୀରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୮, ଖଜୁରିପଡାରୁ ୯, ଟିକାବାଲିରୁ ୪, ଜି ଉଦୟଗିରିରୁ ୩, କେ.ନୁଆଗାଁରୁ ୭, ଚକାପାଦରୁ ୭, କୋଟଗଡରୁ ଜଣେ, ଦାରିଙ୍ଗବାଡିରୁ ୭, ରାଇକିଆରୁ ୪, ଫିରିଙ୍ଗିଆରୁ ୨ ଓ ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଛନ୍ତି। ବୁଧବାର ଦିନର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ମୋଟ ୨୬୦୫ ଚିହ୍ନଟ ହେଲେଣି। ସେହିପରି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ମୃତକଙ୍କ ବୟସ ୫୦ ବର୍ଷ ଓ ସେ ମଧୁମେହ ରୋଗରେ ମଧ୍ୟ ପିଡିତ ଥିଲେ। ଭୁବନେଶ୍ୱର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ୧୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ସାରିଲାଣି। ବର୍ତମାନ ସୁଦ୍ଧା ୨୧୮୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ପେରି ଯାଇଥିବା ବେଳେ ଏବେ ୪୦୨ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣା ପଡିଛି।