ଡକ୍ଟର ଫକୀର ମୋହନ ନାହାକଙ୍କ ଦ୍ୱାରା ସମ୍ପାଦିତ ଇଂରାଜୀ ପୁସ୍ତକ ଉନ୍ମୋଚିତ
ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ହରିପୁର ବ୍ଲକର ବୁରୁଡ଼ି ଗାଁର ବାସିନ୍ଦା ତଥା ବର୍ତ୍ତମାନର ପଞ୍ଜାବର ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକଙ୍କ ଦ୍ୱାରା ସମ୍ପାଦିତ ଇଂରାଜୀ ପୁସ୍ତକ ନ୍ୟୁଜ୍ ପେପର ଟୁ ନ୍ୟୁ ମିଡିଆ ମିରିୟାଡ ୱେଜ୍ ଅଫ୍ ମାସ୍ କମ୍ୟୁନିକେସନ୍ ଉନ୍ମୋଚିତ ହୋଇଛି । ବିଶ୍ୱବିଦ୍ୟାଳୟର କୁଳାଧିପତି ସରଦାର ସତନାମ ସିଂହ ସନ୍ଧୁ, କୁଳପତି ପ୍ରଫେସର ପରାଗ ଦିୱାନ, ଉପକୁଳପତି ପ୍ରଫେସର ବି.ଏସ୍ ସୋହି ଏବଂ କୁଳସଚିବ ପ୍ରଫେସର ସତବୀର ସିଂହ ସେହଗଲ ଏହାକୁ ଉନ୍ମୋଚନ କରିଥିଲେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଗୁରୁଦିବସ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ନୂଆଦିଲ୍ଲୀ ସ୍ଥିତ ରୁଦ୍ର ପବ୍ଲିସର୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ । ୨୫୧ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ୧୭ଟି ଗବେଷଣାତ୍ମକ ଆଲେଖ୍ୟ ପ୍ରକାଶ ପାଇଛି । ଖବରକାଗଜ, ରେଡିଓ, ଟେଲିଭିଜନ, ସୋସିଆଲ ମିଡିଆ, ଇଣ୍ଟରନେଟ୍ ଏବଂ ସମସ୍ତ ମିଡିଆ ମଧ୍ୟରେ ପାରସ୍ପରିକ ସମ୍ପର୍କ ଭଳି ଅନେକ ଉପାଦେୟ ତଥ୍ୟ ଏଥିରେ ସ୍ଥାନ ପାଇଛି । ଦୀର୍ଘ ଏକ ବର୍ଷର ପ୍ରୟାସ ପରେ ଏହି ପୁସ୍ତକ ପ୍ରସ୍ତୁତ ହୋଇପାରିଛି ବୋଲି କହିଛନ୍ତି ସମ୍ପାଦକ ଡକ୍ଟର ଫକୀର ମୋହନ ନାହାକ । ଦୀର୍ଘ ଦୁଇ ଦଶନ୍ଧି ଧରି ବିଭିନ୍ନ ଗଣମାଧ୍ୟମ ତଥା ଟେଲିଭିଜନ ଚ୍ୟାନେଲରେ କାମ କରିବା ପରେ ଡକ୍ଟର ଫକୀର ମୋହନ ଗତ ଦୁଇ ବର୍ଷ ହେଲା ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ବିଭାଗରେ ଅଧ୍ୟାପନା କରୁଛନ୍ତି । ଦିର୍ଘ ଦିନର ପ୍ରଚେଷ୍ଟା ପରେ ଏହି ପୁସ୍ତକ ପ୍ରକାଶ ପାଇଥିବାରୁ ଖୁସୀ ବ୍ୟକ୍ତ କରିଛନ୍ତି | ସମ୍ପାଦକ ଡକ୍ଟର ଫକୀର ମୋହନ ନାହାକ ସେ କହିଛନ୍ତି ଯେ , ସାମ୍ବାଦିକତା ବୃତ୍ତି ସହିତ ଜଡିତ ସମସ୍ତଙ୍କ ପାଇଁ ଏହା ଉପାଦେୟ ପୁସ୍ତକ । ସାମ୍ବାଦିକତାର ଛାତ୍ର, ଗବେଷକ ଏବଂ ଅଧ୍ୟାପକ ପାଇଁ ଏହା ଗବେଷଣା ଦିଗରେ ସହାୟକ ହୋଇପାରିବ ବୋଲି ଡକ୍ଟର ନାହାକ କହିଛନ୍ତି ।


