କନ୍ଧମାଳ ଜ଼ିଲ୍ଲା ସ୍ତରୀୟ ବୀଣାକାର ସମ୍ମିଳନୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅନ୍ତର୍ଗତ ଶlତାଜାର୍ଗୀ ଠାରେ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ସ୍ତରୀୟ ବୀଣାକାର ଓ ଗୀତିନାଟ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ଉପଖଣ୍ଡର ବିଶିଷ୍ଟ ଲୋକ ନୃତ୍ୟ ଗୁରୁ ଟଲ ଦଳ ବେହେରା ଙ୍କ ସ୍ମୃତି ଉଦେଶ୍ୟରେ ଟଲ ଦଣ୍ଡିଆ ସ୍ମାରକୀ ବୀଣାକାର ସମ୍ମିଳନୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ଜ଼ିଲ୍ଲା ରେ ପ୍ରଥମଥର ପାଇଁ ଆୟୋଜନ କରାଯାଉଛି l ବିଶିଷ୍ଟ ଲୋକ ନୃତ୍ୟ ଗୁରୁ ଙ୍କ ନାତି ମୁକ୍ତେଶ୍ଵର ଦଳବେହେରା ଙ୍କ ସମେତ ସଂଘ ର ସମ୍ପାଦକ ଶିବରାମ ପ୍ରଧାନୀ ବରିଷ୍ଠ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି କୋଷାଧକ୍ଷ ଯୁଧିଷ୍ଠିର ପାତ୍ର ବରିଷ୍ଠ ମଞ୍ଚ କଳାକାର ତଥା ପୂର୍ଵତନ ଗ୍ରାମ୍ୟ କମିଟି ସଭାପତି ଇନ୍ଦ୍ରମଣି ପାତ୍ର,ବରିଷ୍ଠ କଳାକାର ବିଦ୍ୟା ସୁଆର, ଅଶୋକ ଦଣ୍ଡସେନା ଦାରିଙ୍ଗବାଡି ବ୍ଲକ ଉପ ସଭାପତି ଗୋଲକ ମଳିକ, କୀର୍ତ୍ତନ ଓ ଦଣ୍ଡନୃତ୍ୟ ଗୁରୁ ନାରାୟଣ ଦଣ୍ଡସେନା, ବରିଷ୍ଠ ଦଣ୍ଡନୃତ୍ୟ କଳାକାର ରଂଜିତ ଡିଗାଲ ରବି ଡିଗାଲ ଅଶ୍ୱିନୀ ପ୍ରଧାନୀ ସନ୍ତୋଷ ପୂଜାରୀ ବରିଷ୍ଠ କଳା ସଂଗଠକ ଉପେନ୍ଦ୍ର ବିଶୋଇ ଙ୍କ ସମେତ ବ୍ଲକର ବହୁ କଳାକାର ଉପସ୍ଥିତ ଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ସ୍ବର୍ଗତଃ ଗୁରୁ ଟଲ ଦଳବେହେରା ଙ୍କ ସ୍ମୁତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସର୍ବ ସମ୍ମତି କ୍ରମରେ ବାଲିଗୁଡା ମିନିଷ୍ଟାଡିୟମ ଠାରେ ପନ୍ଦର ଷୋହଳ ସତର ତାରିଖ ତିନିଦିନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଗଲା l ଜ଼ିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଅନୁପସ୍ଥିତ ସ୍ଵତ୍ତେ ଏକ ବାର୍ତ୍ତା ମାଧ୍ୟମ ରେ ଜ଼ିଲ୍ଲା ସଂଘ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ l କରୋନା କଟକଣା ରେ ଅଠର ମାସଧରି କଳାକାର ମଞ୍ଚ ପାଇନ ଥିବାବେଳେ ବର୍ତ୍ତମାନ ସରକାର ମଞ୍ଚ କୁ ଅନୁମତି ଦେଇଥିବା କଳାକାର ଓ ଦର୍ଶକ ଙ୍କ ମନରେ ଆନନ୍ଦର ଲହରୀଖେଳି ଯାଇଛି ଏବଂ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ