କନ୍ଧମାଳ ଜିଲାରେ ସବୁ ବ୍ୟାଙ୍କ ୭ ଦିନ ପାଇଁ ବନ୍ଦ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିବା ପରେ ସାମ୍ଭାବ୍ୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୨୧୪୯ରେ ଏହି ନିର୍ଦ୍ଦେଶ ନାମା ଆଜି ପ୍ରକାଶ ପାଇଛି। ସମସ୍ତ ବ୍ୟାଙ୍କ ସାନିଟାଇଜ୍ କରାଯିବା ସହ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଯଦି କୌଣସି କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଦିଏ ତେବେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ନିଜର ସ୍ୱାବ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। କୌଣସି କର୍ମଚାରୀ ସଦର ମହକୁମା ଛାଡି ବାହାରକୁ ଯାଇ ପାରିବେ ନାହିଁ। ଏହି ୭ ଦିନ ଯେପରି ଗ୍ରାହକ ହଇରାଣ ନହେବେ ସେଥିପାଇଁ ଆବଶ୍ୟକ ଟଙ୍କା ଏଟିଏମରେ ଗଛିତ ରଖିବା ପାଇଁ ମଧ୍ୟ କୁହାଯାଇଛି। ୭ ଦିନ ପରେ ବ୍ୟାଙ୍କର ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ଯେଉଁ ସବୁ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ସଂପୃକ୍ତ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍ ଉଠିଲା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ୭ ଦିନ ପରେ ବ୍ୟାଙ୍କ ସାନିଟାଇଜ୍ ହେବା ସହ ସମସ୍ତ କର୍ମଚାରୀ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ମେଲ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନି ଦିଆଯାଇଛି। ପ୍ରକାଶଯେ, ଦିନକୁ ଦିନ କନ୍ଧମାଳ ଜିଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ଦିନରେ ବହୁ ବ୍ୟାଙ୍କ୍ କର୍ମଚାଚୀ ଅମାନିଆ ହୋଇ ବିଭିନ୍ନ ହଟସ୍ପଟ୍ ଅଞ୍ଚଳକୁ ଯାଇ ଫେରିବା ପରେ ଜିଲାର ବିଭିନ୍ନ ବ୍ୟାଙ୍କ୍ କର୍ମଚାରୀ ମାନଙ୍କର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନେକ ବ୍ୟାଙ୍କ୍ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଗତ ଦିନରେ ସିଲ୍ କରିଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ