କନ୍ଧମାଳ ଜିଲା ପାରମ୍ପରିକ ଲୋକ କଳା ସଂଘ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ପାରମ୍ପାରିକ ଲୋକକଳା ସଂଘ ଫିରିଙ୍ଗିଆ ବ୍ଲକ ଶାଖାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଫିରିଙ୍ଗିଆ ଶାଖାର ସଭାପତି ଅଚ୍ୟୁତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲା ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, କଳାକାର ସଂଘ ଫିରିଙ୍ଗିଆ ଶାଖାର ଉପଦେଷ୍ଟା ସୁବ୍ରତ କୁମାର ମହାନ୍ତି, ବରିଷ୍ଠ କଳାକାର ସଞ୍ଜୟ କୁମାର ଦିଗାଳ, ବରିଷ୍ଠ କିର୍ତ୍ତନ ଗୁରୁ ବନମାଳି ଦିଗାଳ, ଫିରିଙ୍ଗିଆ ଶାଖା ସମ୍ପାଦକ ପ୍ରଭାତ କୁମାର ବେହେରା, କୋଷାଧ୍ୟକ୍ଷ ଇନ୍ଦ୍ରମଣି କହଁର, ରୋହିତ କହଁର, ଲାଣ୍ଡୁ କହଁର, ଜୟ ସାହାଣୀ, ଦୁଃଶାସନ ଦିଗାଳ, ଟପୁଆ ଦିଗାଳ, ଟ୍ରାବା କହଁର ପ୍ରମୁଖ ବହୁ କଳାକାର ଉପସ୍ଥିତ ଥିଲେ। ଜିଲାରେ ପ୍ରଥମେ ଫିରିଙ୍ଗିଆ ବ୍ଲକରେ କଳାକାର ମାନଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ବର୍ଷବର୍ଷ ଧରି କଳା ପ୍ରଦର୍ଶନ କରି ଆସୁଥିବା କଳାକାର ମାନଙ୍କ ପାଇଁ ଏକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅନୁମତି ଦେବା ସହ ଜମି ଯୋଗାଇ ଦିଆଯାଇ ପାରିଛି। ଏହି ଅବସରରେ ବ୍ଲକର କଳାକାର ମାନେ ଫିରିଙ୍ଗିଆ ବଡିଓ ଙ୍କ ସହ ବ୍ଲକରେ କାର୍ଯ୍ୟରତ ତହସିଲଦାର ତପନ ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ