କନ୍ଧମାଳ ଜିଲ୍ଲା ଡାକ୍ତରଖାନାର ଷ୍ଟାଫ ନର୍ସ ମୃତ୍ୟୁ ଘଟଣା: ସ୍ୱାମୀ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଷ୍ଟାଫ ନର୍ସ ମୃତ୍ୟୁ ଘଟଣାରେ ପୁଲିସ ମୃତକଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ମୃତ ମୌସୁମୀ ମିଶ୍ରଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ସ୍ୱାମୀ ରମାକାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଷ୍ଟାଫ ନର୍ସ ମୌସୁମୀ ଗତ ୨୧ ତାରିଖରେ ଗୁରୁତର ଅବସ୍ଥାରେ ଡାକ୍ତରଖନାରେ ଭର୍ତି ହୋଇଥିଲେ।ସୂଚନାଯୋଗ୍ୟ, ଷ୍ଟାଫ ନର୍ସ ମୌସୁମୀ ମିଶ୍ର ଗତ ୨୧ ତାରିଖରେ ମେଡିକାଲ ଯିବା ପାଇଁ ଡ୍ରେସ୍‌ ପିନ୍ଧି ବାହାରିଥିଲେ। କିନ୍ତୁ ସେ ସଠିକ ସମୟରେ ମେଡିକାଲରେ ପହଂଚି ନଥିଲେ। ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୯ଟାରେ ମୌସୁମୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ରିସିଭ୍‌ ଡେଥ ଘୋଷଣା କରିଥିଲେ।ତେବେ ମେଡିକାଲ କର୍ମଚାରୀଙ୍କ କହିବା ଅନୁସାରେ ମୌସୁମୀ ଡ୍ୟୁଟିରେ ଆସିବାକୁ ଯେହେତୁ ଡ୍ରେସ ପିନ୍ଧିଥିଲେ, ନିଶ୍ଚିତ ଭାବରେ ସେ ସୁସ୍ଥ ଥିଲେ। ଯଦି ସେ ଅସୁସ୍ଥ ଥାଆନ୍ତେ, ତା’ହେଲେ ମେଡିକାଲର କର୍ମଚାରୀଙ୍କୁ ଛୁଟିରେ ରହିବା ନେଇ ସୂଚନା ପ୍ରଦାନ କରିପାରିଥାନ୍ତେ। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର।ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଗଦିଆଁ ଅଂଚଳର ମୌସୁମୀ ଫୁଲବାଣୀର ରମାକାନ୍ତ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ବର୍ଷର ଝିଅ ଟିଏ ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ