କନ୍ଧମାଳ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଏଜେଣ୍ଟ ସଂଘ ପକ୍ଷରୁ ଧାରଣା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) କାର୍ଯ୍ୟାଳୟ ସମ୍ମୁଖରେ ଏଲଆଇସି ଏଜେଣ୍ଟ ସଂଘ ପକ୍ଷରୁ ଅସହଯୋଗ ଆନ୍ଦୋଳନ ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଶେଷ କରି ବୀମାଧାରୀ ମାନଙ୍କର ବୋନସ ବୃଦ୍ଧି କରିବା, ପଲିସ୍ କ୍ରୟରେ ଲାଗୁ ହେଉଥିବା ଜିଏସଟି ଉଚ୍ଚେଦ, ଏଲଆଇସି ଦିଆଯାଉଥିବା ଋଣରେ ସୁଧହାର କମ୍ କରିବା ଭଳି ଦାବି କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। କନ୍ଧମାଳ ଓ ବୌଦ୍ଧ ଜିଲାର ବହୁ ସଂଖ୍ୟାରେ ଏଜେଣ୍ଟମାନେ ଏହି ଧାରଣାରେ ବସିଥିଲେ। ଏଜେଣ୍ଟ ସଂଘର ଜୋନାଲ୍ ସଂପାଦକ ଶୁଭେନ୍ଦୁ ପଟ୍ଟନାୟକ, ସଭାପତି ପ୍ରଦୀପ୍ତ କୁମାର ପାତ୍ର, ସଂପାଦକ ଅମୀୟ କୁମାର ବେହେରା, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ସୁଜ୍ଞାନ କୁମାର ପାତ୍ର, କେସିପି ଜେନା, ସତ୍ୟାନନ୍ଦ ପୁରୋହିତ, ବନମାଳି ମହାପାତ୍ର, ପ୍ରକାଶ ଭୋଇ, ଚକ୍ରଧର ନାୟକଙ୍କ ସମେତ ଜିଲ୍ଲାର ବହୁ ଏଜେଣ୍ଟ ଧାରଣରେ ସାମିଲ୍ ହୋଇଥିଲେ।