କନ୍ଧମାଳ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସେବା ଓ ସହାୟତାରେ ମାନସିକ ଅସୁସ୍ଥ ବ୍ୟକ୍ତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଏକ ପଛୁଆ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବା ବେଳେ ଏଠାରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି। ଏହି ସମସ୍ୟାକୁ ଗୁରୁତର ସହ ଚିନ୍ତା କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାତୀ ଓ ବାଙ୍ଗାଲୁର ସ୍ଥିତ ବି.ଏନ୍‌‌.ଆଇର ମିଳିତ ସହାୟତାରେ ଜିଲ୍ଲା ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପକୁ ଗତ ଏକ ବର୍ଷ ହେବ ପରିଚାଳନା କରିଆସୁଅଛି। ଏହାର ଫଳ ସ୍ୱରୂପ ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ଗ୍ରାମପଂଚାୟତ ମଧ୍ୟରୁ ୭୨୯ ଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରିବା ପ୍ରୟାସ ଜାରିରହିଛି। ସେମାନଙ୍କ ମଧ୍ୟରୁ ୩୫୭ ଜଣ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯକ୍ରମ ଦ୍ୱାରା ଚିକିତ୍ସା ସେବା ପାଉଛନ୍ତି। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉ ଥିବା ମାଗଣା ଔଷଧ ଓ ବିଶେଷଜ୍ଞମାନଙ୍କ ପରାମର୍ଶ ସେବା ଦ୍ୱାରା କିଛି ଯୁବକ ଆରୋଗ୍ୟ ଲାଭ କରି ନିଜ ପୂର୍ବ ଅବସ୍ଥାକୁ ଫେରି ଆସିଛନ୍ତି। ଏମାନଙ୍କ ମଧ୍ୟରୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଜଣେ ନାମ ଲେଖାଇ ନିଜର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ସାକାର କରିବା ସହିତ ଅନ୍ୟ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି। ସାଧାରଣରେ ମାନସିକ ଅସୁସ୍ଥତତାକୁ ଏକ ରୋଗ ହିସାବରେ ନ ନେଇ ବିଭିନ୍ନ ଅନ୍ଧବିଶ୍ୱାସକୁ ଆପଣେଇ ଅଧିକରୁ ଅଧିକ ସମସ୍ୟା ମଧ୍ୟଙ୍କୁ ଠେଲି ହୋଇଯାଉଛନ୍ତି। ଅନ୍ୟଜଣେ ଯୁବକ ଫୁଲ ଚାଷ କରି ନିଜକୁ ସ୍ୱାବଲମ୍ବି କରିବା ପାଇଁ ନିଜ ମନରେ ଦୃଢ ପରିକର ଅଛନ୍ତି। ବର୍ତମାନ ଜିଲ୍ଲାରେ ମାନସିକ ବିଶେଷଜ୍ଞ ପରାମର୍ଶ ପାଇଁ ୨ ଦିନ ଧାର୍ଯ୍ୟ ରଖାଯାଇଛି, ଯାହା ଦୂରଦୂରାନ୍ତରୁ ଆସୁଥିବା ଅସୁସ୍ଥ ବ୍ୟକ୍ତି ଓ ପରିବାର ପାଇଁ ଯଥେଷ୍ଟ ହୋଇପାରୁନି। ଏକ ସ୍ଥାୟୀ ମାନସିକ ଚିକିତ୍ସକ ନିଯୁକ୍ତି ପାଆନ୍ତେ ଓ ବିଭିନ୍ନ ବ୍ଲକରେ ପରାମର୍ଶ ସେବା ଦିଆଗଲେ ଅନେକ ଅସୁସ୍ଥ ବ୍ୟକ୍ତି ଓ ପରିବାର ସେବା ପାଇ ପାରିବେ। ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପରିବାରରେ ସମନ୍ୱୟ ରଖିବା ପାଇଁ ପରିବାରକୁ ନେଇ ୨୫ ଗୋଟି ପରିବାର ସହଯୋଗ ଦଳ ଗଠନ କରାଯାଇଛିି, ନିୟମିତ ଔଷଧ ସେବନ, ସରକାରୀ ସେବା ଓ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ବିଷୟରେ ଆଲୋଚନା କରାଯାଉଛି। ଚିହ୍ନଟ ବ୍ୟକ୍ତି ମାନଙ୍କୁ ସାର୍ଟିଫିକେଟ ଦବା ଓ ଭତାରେ ସାମିଲ କରାଯାଉଛି। ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ୩୦ ଗୋଟି ପଂଚାୟତରୁ ୨୫ ଜଣ ଯୋଗ୍ୟ ହିତାଧିକାରୀକୁ ଭତ୍ତା ପାଇଛନ୍ତି। ମାନସିକ ଅସୁସ୍ଥ ପାଇଁ ଏକ ସାମୁହିକ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ