କନ୍ଧମାଳ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଲେଖକ ସାମୁଖ୍ୟ ତରଫରୁ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇ ଯାଇଛି । ଏହି ଉଦ୍ଧେଶ୍ୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଆଲୋଚନାରେ ଅବସର ପ୍ରାପ୍ତ ଅଧ୍ୟାପକ ପୂଣ୍ଣେନ୍ଦୁ ତ୍ରିପାଠୀ, ଆଲୋଚକ ଡକ୍ଟର ସୁଜିତ ପଣ୍ଡା, ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କିଶୋର ରଥ, ବର୍ଷୀୟାନ ଆଲୋଚକ ଅନନ୍ତ ଚରଣ ମିଶ୍ର, ରାମକୃଷ୍ଣ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ଗଙ୍ଗାଧରଙ୍କ ଜୀବନୀ ଓ ତାଙ୍କର ବିଭିନ୍ନ କାବ୍ୟ ଉପରେ ଆଲୋଚନା କରିଥିଲେ। ବିଶେଷ କରି ତପସ୍ୱିନୀ, ପ୍ରଣୟ ବଲରୀ, କୀଚକବଦ୍ଧ କାବ୍ୟ ଉପରେ ଆଲୋଚକ ମାନେ ବିଶେଷ ଦୃଷ୍ଟିପାତ କରିଥିଲେ । ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା। ଉପସ୍ଥିତ ଥିବା ପ୍ରାୟ ପଚିଶ ଜଣ କବି ଓ କଵୟତ୍ରୀ ସ୍ୱଲିଖିତ କବିତା ପାଠ କରିଥିଲେ। କବିତା ପାଠ ଶେଷରେ ସଂଯୋଜିକା ହରପ୍ରିୟା ମିଶ୍ର ତପସ୍ୱିନୀ କାବ୍ୟର କିଛି ଅଂଶ ସ୍ୱଳଳିତ କଣ୍ଠରେ ଆବୃତ୍ତି କରିଥିଲେ। ଏହାକୁ ପ୍ରସନ୍ନ ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ