କନ୍ଧମାଳ ସାଂସଦ ଙ୍କ ଘୋଷଣା କିସରେ ପଢିବେ କନ୍ଧମାଳ ମାଟ୍ରିକ ଟପ୍ପର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କିସରେ ପଢିବେ କନ୍ଧମାଳ ଜିଲ୍ଲା ମାଟ୍ରିକ ଟପ୍ପର ମିନାକ୍ଷୀ ମଲିକ। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡିବନ୍ଧ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ମିନାକ୍ଷୀଙ୍କ ସଫଳତାର ଖବର ଜାଣିବା ପରେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମିନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝିଅର ସଫଳତା ପାଇଁ ପିତା ରାଜୀବ ଲୋଚନ ମଲ୍ଲିକ ଏବଂ ମାତା ନୀଳନ୍ତି ମଲ୍ଲିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ସାମନ୍ତ। ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ କର୍ତ୍ତୃପକ୍ଷ ମିନାକ୍ଷୀଙ୍କୁ କିସରେ ପାଠ ପଢାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିରେ ମିନାକ୍ଷୀ ଓ ତାଙ୍କ ପରିବାର ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। କିସରେ ଯୁକ୍ତ ଦୁଇ ବିଜ୍ଞାନରେ ଭଲ କଲେ ସେ କିଟ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଓ ମେଡିକାଲ ଆଦି ଯାହା ଚାହିଁବେ ପଢିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ କିସରେ ପାଠ ପଢିବା ପାଇଁ ସୁଯୋଗ ମିଳିଥିବାରୁ ମିନାକ୍ଷୀ ଓ ତାଙ୍କ ପରିବାର କିସ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାତା ଶ୍ରୀ ସମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ