କନ୍ଧମାଳ ସାଂସଦ ଙ୍କ ଦ୍ଵାରା ଦିବ୍ୟାଙ୍କ ଙ୍କୁ ତିନିଚକିଆ ଯାନ ପ୍ରଦାନ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକର ୨୪ ଜଣ ଭିନ୍ନକ୍ଷମଙ୍କୁ କିସ ଏବଂ ଭାରତୀୟ କଣ୍ଟେନର ନିଗମ ଲିମିଟେଡ଼ ଆର୍ଥିକ ସହଯୋଗରେ ୩ ଚକିଆ ମୋଟର ଯାନ ବିତରଣ କରାଯାଇଛି। ପୂର୍ବରୁ ଚିହ୍ନଟ କରାଯାଇଥିବା ଦିବ୍ୟାଙ୍ଗ ମହିଳା ଓ ପୁରୁଷଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଶ୍ରୀ ସାମନ୍ତ ୩ ଚକିଆ ଯାନ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ