କନ୍ୟାରତ୍ନ ସଚେତନତା ରଥକୁ ଉଦଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୋ ଗେହ୍ଲା ଝିଅ, ନିର୍ଭୟା କଢି ସମ୍ପର୍କିତ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି ରଥକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ କନ୍ୟା ଶିଶୁର ବିକାଶ ନିମନ୍ତେ ଜିଲ୍ଲାର ସମସ୍ତ ଅଂଚଳ ମାନଙ୍କରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ପାଳନ କରାଯାଉଛି । କନ୍ୟା ଶିଶୁର ଜନ୍ମ ପାଳନ କରିବା, ଶିଶୁ କନ୍ୟାର ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ, ନିରାପତ୍ତା ଓ ଶିକ୍ଷାକୁ ସୁନିଶ୍ଚିତ କରିବା, ବାଲ୍ୟ ବିବାହକୁ ନା କରିବା ନେଇ ଏହି ରଥ ଜିଲ୍ଲାର ସମସ୍ତ ଅଂଚଳକୁ ବୁଲି ଲୋକଙ୍କୁ ସଚେତନତା କରିବ । ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମସ୍ତ ଶିଶୁ କନ୍ୟା ସ୍କୁଲ ଯିବା ଏବଂ ସ୍କୁଲରେ ଉପସ୍ଥାନ ହାର ବୃଦ୍ଧି କରିବା ନିମନ୍ତେ ସମସ୍ତ ଅଂଶୀଦାର ମାନେ ଦାୟିତ୍ୱବାନ ହେବା ଦରକାର ଏବଂ କନ୍ୟା ଶିଶୁର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନତା କରାଇବା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରେଖା ସୁନ୍ଦରୀ ମଲ୍ଲିକ, ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଶଡଙ୍ଗୀ, ସୁରକ୍ଷା ଅଧିକାରିଣୀ ସଙ୍ଗୀତା ପାତ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ସାଂସ୍କୃତିକ ଅଧିକାରୀ ଜିତେନ୍ କୁମାର ପରିଡା, ଆସିଷ୍ଟାଣ୍ଡ ନିଜାରତ ଅଫିସର ନିରଞ୍ଜନ ଚୈାଧୂରୀ ପ୍ରମୁଖ ଉପସ୍ଥିତ ଥିଲେ ।