କପା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବିଗତ ବର୍ଷ ରେ ଶହ ଶହ ସଂଖ୍ୟକ ଟ୍ରକ କପା ରପ୍ତାନୀ ହେଉଥିଲା ବେଳେ ଅସାଧୁ କପା ବେପାରୀ ଶାଗ ମାଛ ଦର ରେ କପା କ୍ରୟ କରି ନେଉଥିବା ବେଳେ ମଣ୍ଡି ନଥିବାରୁ କପା ର ଅଭାବୀ ବିକ୍ରି ମୁଖ୍ୟ ସମସ୍ୟା ହୋଇଥିବା ବେଳେ। ବର୍ତ୍ତମାନ କପା ଚାଷ ରୁ ମୁହଁ ଫେରାଉ ଛନ୍ତି ଚାଷୀ।ଶେରଗଡ ବ୍ଲକ ର ନରେନ୍ଦ୍ରପୁର,ପଥର ପୁଞ୍ଜି, ଲାଞ୍ଜିଆ ପଲ୍ଲୀ, ଅଶୋକ ପୁର,ଧନନ୍ତର, ସୁଶାନ୍ତର,ଧବଳ ପୁର, ବାଦଗଡ଼,କୁଲାଗଡ଼,ଭୁଷୁଣ୍ଡା, ସାଗର ପଲ୍ଲୀ ଆଦି ଅଞ୍ଚଳରେ ଏକର,ଏକର ଜମି ରେ କପା ଚାଷ ହେଉଥିବା ବେଳେ ଅଭାବୀ ବିକ୍ରି ପାଇଁ ଚାଷୀ ମୁହଁ ଫେରାଉଛନ୍ତି। ଶେରଗଡ଼ ଅଞ୍ଚଳରେ ରେ ମଣ୍ଡି ନଥିବାରୁ କପା ଚାଷ ର ଅଭାବୀ ବିକ୍ରି ପାଇଁ କପା ଚାଷ କରିବାକୁ ଚାଷୀ ଆଉ ଆଗଭର ହେଉନାହାଁନ୍ତି ।ଶେରଗଡ଼ ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ଏକ କପା ମଣ୍ଡି ଖୋଲା ଯାଉ ବୋଲି ଚାଷୀ ଦାବି କରିଛନ୍ତି। ଯଦି ସରକାର ଆଗାମୀ ଦିନ ରେ ସରକାର କପା ମଣ୍ଡିର ବ୍ୟବସ୍ଥା ନ କରନ୍ତି କପା ଚାଷୀ କପା ଚାଷ ନ କରିବା ପାଇଁ ସ୍ଥିର କରିଛନ୍ତି ଓ ଏକ ବଡ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀ ମାନେ ମତ ରଖିଛନ୍ତି ।ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବେ ବୋଲି ସାଧାରଣ ରେ ଦାବି ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ