କର୍ଫ୍ୟୁ ବେଳେ ଚାଲିଛି ବାଲି ଚୋରା ଚାଲାଣ: ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଦିନ ଲକ୍ ଡାଉନ୍, ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କଫ୍ୟୁ । ଏହାରି ଭିତରେ କିପରି ବାଲି ଚୋର ଚାଲାଣ ହେଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଳନ୍ଦୀ ନଦୀର କାଣ୍ଡବାରୁ ଚକ୍ରାପାଢୀ ପର୍ଯ୍ୟନ୍ତ ସାଳନ୍ଦୀ ଗର୍ଭରୁ ବେଆଇନ ବାଲି ଓ ମାଟି ଖନନ ଯୋଗୁ ସାଳନ୍ଦୀ ନଦୀର ଉଭୟ ପାଶ୍ୱର୍ରେ ମାଟି ଅତଡା ଖସୁଛି । ଜନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଲକ୍ ଡାଉନ୍, ସଟ୍ ଡାଉନ୍ ଏବଂ ରାତ୍ରି କଫ୍ୟୁ ଜନଜୀବନକୁ ପ୍ରଭାବିତ କରିଛି । ହେଲେ ପ୍ରତିଦିନ ବିଳମ୍ବିତ ରାତ୍ରରୁ ଭୋର ପର୍ଯ୍ୟନ୍ତ ତାଜିପୁର, ଗୋପିନାଥପୁର ବାଲିଘାଟରୁ ନିୟମିତ ଭାବେ ବାଲି ଚୋରି ଚାଲିଛି । ବାଲି ବୋଝେଇ ଟ୍ରକ୍ଟର ମାନ ତାଜିପୁର, ଗୋପିନାଥପୁର ଆଦି ଘାଟରୁ ଟ୍ରାକ୍ଟର ବାଲି ବୋଝଇ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଦେଇ ଯାଉଛନ୍ତି । ଖାଲି ଗାଡି ଗୁଡିକ କେନାଲ ବନ୍ଧ ଦେଇ ତାଜିପୁର ଗ୍ରାମରୁ ବାଲିଘାଟକୁ ପ୍ରବେଶ କରୁଛନ୍ତି । ବାଲି ଚୋରି କରି ବିକ୍ରି କରୁଥିବା ଲୋକ ମାନେ କାଣ୍ଡବା, ଚକ୍ରାପାଢୀ ସମେତ ସମସ୍ତ ପ୍ରବେଶ ପଥ ପାଖରେ ଜଗି ରହୁଛନ୍ତି । ପୋଲିସ ଓ ପ୍ରଶାସନକୁ ଚୋରା ଗାଡି ଧରିବାରେ ବିଫଳ କରିବାକୁ ବାଲି ଚୋରିରେ ସଂପୃକ୍ତ ଅଞ୍ଚଳର ଲୋକ ପ୍ରତିନିଧିଙ୍କ ପରିବାର ସଂପୃକ୍ତି ଥିବାରୁ ପୋଲିସ ଓ ପ୍ରଶାସନକୁ ଚକମା ଦେଖାଉଥିବା ଆଲୋଚନା ହେଉଛି । ରାତିରେ ବାଲି ବୋଝେଇ ଗାଡି ଚାଲିବା ଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ର ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।