କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲେ ମହାସଂଘର ମହିଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଭଳି ଉପାୟ ଅବଲମ୍ବନ କରିଛନ୍ତି । ଉକ୍ତ କଟକଣାକୁ କଡାକଡି ପାଳନ କରାଇବା ପାଇଁ ମୁଖ୍ୟକର୍ଣ୍ଣଧାର ସାଜିଛନ୍ତି ପୋଲିସ କର୍ମଚାରୀ ମାନେ । ଦିନରାତି ସମୟ ଦେଇ ଲୋକ ମାନଙ୍କୁ ସଚେତନ କରାଇବା ସହିତ ଆଇନ ଉଲଂଘନକାରୀଙ୍କୁ ସାବାଡ୍ କରୁଛନ୍ତି ସେମାନେ । ନିଜ ଜୀବନକୁ ବିପନ୍ନ କରି ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ପ୍ରଶାସନ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ କରୋନା ଯୁଦ୍ଧରେ କର୍ଣ୍ଣଧାର ସାଜିଛନ୍ତି । ଏସମସ୍ତ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବୁଧବାର ବନ୍ତ ଥାନା ପରିସରରେ ଏକ ସମ୍ମାନୀତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ତ ଆଇଆଇସି ମିନା ବିନ୍ଧାଣୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଏବଂ ସମନ୍ୱିତ ଶିଶୁ ପ୍ରକଳ୍ପ ଅଧିକାରିଣୀ ରେଣୁବାଳା ଦାଶ, ଓଡିଶା ଜୀବିକା ମିଶନର ବି.ଏଲ୍‌.ସି ବନୋଜ ଦାସ, ମିଶନଶକ୍ତିର ବି.ପି.ସି ଚିରଞ୍ଜୀବ୍ ଦାସଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଜ୍ୟୋତିର୍ମୟୀ ମହିଳା ମହାସଂଘର ସଭାନେତ୍ରୀ କମଳା ଜେନା ଓ କୋଷାଧ୍ୟକ୍ଷା କଳ୍ପନା ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଭ୍ୟା ସୁକାନ୍ତୀ ପଢିଆରୀ, ତୁଳସୀ ନାୟକ, ମାଳତୀ ଜେନାଙ୍କ ସମେତ ମହାସଂଘର ମହିଳା ମାନେ ଉପସ୍ଥିତ ହୋଇ ସମସ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବନ୍ଦାପନା କରିବା ସହିତ ସେମାନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ । ଏଥିସହ ଦେଶାତ୍ମବୋଧକ ସଂଗୀତଗାନ କରାଯାଇ ଜୟଧ୍ୱନି କରାଯାଇଥିଲା । ଶେଷରେ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ