କବରରେ ପୋତିଥିବା ନାବାଳିକା ମୃତ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

କଳାହାଣ୍ଡି, (ୱାଇଏନ୍‌ଏସ୍‌):ମୃତ୍ୟୁ ର ୨ ଦିନ ପରେ କବରରୁ ଉଦ୍ଧାର ହେଲା ନାବାଳିକା ସରିତାର ମୃତଦେହ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ସିକେରକୁପା ଫାଣ୍ଡି ନିକଟସ୍ଥ ମାଡିବନ୍ଧା ଗ୍ରାମ ଠାରେ ନାବାଳିକାକୁ ମାରି ପୋତି ଦେଇଥିବା ସନ୍ଦେହ କରି ନର୍ଲା ଥାନାରେ ଲିଖିତ ଅଭିଯୋଗ ହେବାପରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଗାୟତ୍ରୀ ପ୍ରଧାନ, ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ବିଶ୍ବନାଥପୁର ମେଡିକାଲ ଅଫିସର ଇନ୍ଦ୍ର କୁମାର ନାଥାନୀଙ୍କ ଉପସ୍ଥିତରେ ନାବାଳିକା ସରିତା ବିଶି (୯) ଙ୍କ ଶବ ଉଦ୍ଧାର କରାଯାଇଛି। ସୁଚନା ମୁତାବକ ସରିତାକୁ ଦେଢ଼ ବର୍ଷ ବୟସ ରେ ବାପା ମା’ ଛେଉଣ୍ଡ ଯୋଗୁଁ ଲାଞ୍ଜିଗଡ ରୋଡ ପଞ୍ଚାୟତ ମାଡିବନ୍ଧା ଗାଁର ବୁଡୁ ସୁନା ଆଜିକି ୮ ବର୍ଷ ତଳେ ସରିତାକୁ ବମ୍ବେ ଠାରୁ ଉଦ୍ଧାର କରି ନିଜ ପାଖରେ ରଖି କିଛିଦିନ ପରେ ସରିତାକୁ ସାଙ୍ଗରେ ନେଇ ଗାଁକୁ ଫେରିଥିଲା। ସାବତ ପୁଅ ଚଇତୁ ବିଶିର ତିନି ପୁଅ ଭିତରେ ଝିଅ ନ ଥିବା ଯୋଗୁଁ ସରିତାକୁ ଝିଅ କରିବାକୁ କହିଥିଲା। ଚଇତୁ ଓ ତା ସ୍ତ୍ରୀ ଗାୟତ୍ରୀ ବିଶି ମଧ୍ଯ ରାଜି ହୋଇ ଥିଲେ କିନ୍ତୁ ହଠାତ୍ ଗତ ୧୦ ତାରିଖ ଦିନ ସରିତା ବଡ଼ ଭାଇ ଅମର ବିଶି(୧୪) ଓ ତା ଦୁଇ ସାଙ୍ଗ ସହିତ ଜଙ୍ଗଲକୁ କିଛି କୋଳି ଖାଇବାକୁ ଯାଇଥିଲେ ହେଲେ କିଛି ସମୟ ପରେ ଗୋଟିଏ ଆମ୍ବ ଗଛରେ ସରିତା ବେକରେ ଦୌଡ଼ି ଲାଗି ଝୁଲୁଥିବା ଦେଖି ସାଙ୍ଗମାନଙ୍କୁ କହି ଗଛରୁ ସରିତାର ମୃତ ଦେହ ଉଦ୍ଧାର କରି ଘରକୁ ନେଇଥିଲେ। ନାବାଳିକା ର ମୃତ୍ୟୁ ଘଟଣା କୁ ସ୍ୱାଭାବିକ ମୃତ୍ୟୁ ରୂପ ଦେବା ପାଇଁ ପରେ ଗାଁ କିଛି ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ସରିତାକୁ ଝାଡା ବାନ୍ତିରେ ମରିଯାଇଥିବା ଘୋଷଣା କରି ପରେ ଗାଁର ନିକଟସ୍ଥ ମଶାଣିକୁ ନେଇ ଖ୍ରଷ୍ଟିଆନ ସମ୍ପ୍ରଦାୟ ହୋଇ ଥିବାରୁ କବର ଦେଇଥିଲା। ସରିତା ମୁତ୍ଯୁ ଖବର ପାଇ ଚଇତୁର ମାମୁଁ ପୁଅ ମାହେଶ୍ବରୀପୁର ର ଓକିଲ ସେନାପତି ସରିତାର କୌଣସି ସ୍ୱାଭାବିକ ମୁତ୍ୟୁ ବୋଲି ଗ୍ରହଣ ନକରି ନବାଲିକା କୁ ହତ୍ୟା ସନ୍ଦେହ କରି ନର୍ଲା ପୁଲିସକୁ ଏକ ଲିଖିତ ଅଭିଯାଗ କରିଥିଲେ ଓକିଲ ସେନାପତିଙ୍କ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଓ ତଦନ୍ତ ଚାଲିଥିବା ନେଇ ଏସଡିପିଓ ଗୁପ୍ତେଶ୍ବର ଭୋଇ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ