କବାଟ ତାଡ଼ି କଳାକନା ବୁଲାଇଲେ ଲୁଟେରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କିଛି ଦିନର ନିରବତା ପରେ ହିଞ୍ଜିଳି ଥାନା ଅଂଚଳରେ ପୁଣିଥରେ ମାତିଛନ୍ତି ଲୁଟେରା । ଘରର ପରିବାର ସଦସ୍ୟ ଦାଣ୍ଡପଟ ଘରେ ଶୋଇଥିବା ବେଳେ ଲୁଟେରା ମାନେ ଘରର ପଛପଟ କବାଟ ଭାଙ୍ଗି ଘରେ ପଶି ଘରେ ଥିବା ୨ଟି ଆଲିମିାକୁ ଭାଙ୍ଗିବା ସହ ସୁନା, ରୁପା ଅଳଙ୍କାର ସମେତ ନଗଦ ୩୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ଘଟଣା ସେମାବାର ଭୋରରେ ହିଞ୍ଜିଳି ଥାନା କଂଟେଇକୋଳି ଗ୍ରାମ ଗୋପିନାଥ ସାହିରେ ଘଟିଛି । ଚୋରୀର ଶିକାର ହୋଇଥିବା ସୁଶାନ୍ତ ମହାରଣା ଏ ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।ପ୍ରକାଶ ଯେ, ହିଞ୍ଜିଳି ଥାନା କଂଟେଇକୋଳି ଗ୍ରାମ ଗୋପିନାଥ ସାହିର ସୁଶାନ୍ତ ମହାରଣାଙ୍କ ପରିବାର ସଦସ୍ୟ ରବିବାର ରାତିରେ ରାତ୍ର ଭୋଜନ ସାରି ଦାଣ୍ଡ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ଲୁଟେରା ଘରର ବାରିପଟ କବାଟ ଭାଙ୍ଗି ଘର ମଧ୍ୟରେ ପଶି ମଝି ଘର ମଧ୍ୟରେ ଥିବା ୨ଟି ଆଲମିରା ତାଲାକୁ ତାଡ଼ି ଆଲମିରା ମଧ୍ୟରେ ଥିବା ୫ଟି ସୁନା ମୁଦି, ୨ଟି ସୁନାର ହାର, ଗୋଟିଏ ମଙ୍ଗଳସୁତ୍ର, ଗୋଟିଏ ସୁନା ଚେନ ସମେତ ୩ ହଳ ରୁପାର ପାଉଁଜି, ନଗଦ ୩୦ ହଜାର ଟଙ୍କା ସମେତ ଅନ୍ୟାନ ଆସବାବ ପତ୍ର ଲୁଟ୍ କରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ସୋମବାର ଭୋରରୁ ପରିବାର ସଦସ୍ୟ ନିଦରୁ ଉଠି ଦେଖିବା ବେଳକୁ ଆଲମିରା ଭଙ୍ଗାଯିବା ସହ ସୁନା,ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଓ ଅନଦ୍ୟାନ ଆସବାବ ପତ୍ର ଚୋରୀ ଯାଇଥିବା ଦେଖିଥିଲେ । ଘରର ବାରିପଟ କବାଟ ତାଲା ଭଙ୍ଗା ଯାଇଥିବା ଦେଖି ସୁଶାନ୍ତ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । କିଛି ଦିନର ନିରବତା ପରେ ସ୍ଥାନୀୟ ଗ୍ରାମରେ ଚୋରୀ ଘଟଣା ପରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଚାଳିଛି ଯଥାଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ଗତ ୩ ଦିନ ପୂର୍ବେ ଜଣେ ମହିଳା ରୁଟି ବ୍ୟବସାୟୀୁୂ ରୁଟି ବିକ୍ରି କରିବାକୁ ଯାଉଥିବା ସମୟରେ ହିଞ୍ଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର କମିଟି ପ୍ୱାଶ୍ୱର୍ କେନାଳ ରାସ୍ତାରେ କିଛି ଅସାମାଜିକ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ ଉଦ୍ୟମ କରିବା ସମୟରେ ମହିଳା ଜଣକ ଚିତ୍କାର କରିବାରୁ ଲୁଟ୍‌ରେ ବିଫଳ ହୋଇ ଲୁଟେରା ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ ବ୍ୟାପିଥିବାରୁ ଏହାକୁ ପ୍ରତିହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯାଇଛି । ଲୋକମାନେ ଜୀବିକା ହରାଇ ବସିଥିବାରୁୂ ଆଗାମୀ ଦିନରେ ଏଭଳି ଲୁଟ୍ ବୃଦ୍ଧି ପାଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲେି ବୁଦ୍ଧିଜୀବି ମହଲରେ ମତ ପ୍ରକାଶେ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ