ବିଶ୍ୱର ପ୍ରଥମ ହାଇପରଟେନସନ୍ ଆୱାରନେସ୍ ର ଶୁଭାରମ୍ଭ

ନୂଆଦିଲ୍ଲୀ : ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କ ଫାର୍ମାସିଟ୍ୟୁକାଲ ଲିଃ. ପକ୍ଷରୁ ଫିଜିକ୍ସିଆନ୍ ଅଫ୍ ଇଣ୍ଡିଆ (ଏପିଆଇ) ଏବଂ ହାଇପରଟେନସନ୍ ସୋସାଇଟି ଅଫ୍ ଇଣ୍ଡିଆ (ଏଚ୍‌ଏସ୍‌ଆଇ) ସହିତ ମିଳିତ ହୋଇ ବିଶ୍ୱର ପ୍ରଥମ ହାଇପରଟେନସନ୍ ଆୱାରନେସ୍ ସିମ୍ବଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସିମ୍ବଲକୁ ଦେଶର ୫୦,୦୦୦ ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ଏହାର ଚିହ୍ନଟ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭାରତରେ ୫ନିୟୁତ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି । ପ୍ରତିବର୍ଷ ୨୦୦ଜଣିତଆ ଦଳ ଦ୍ୱାରା ଦେଶର ବିଭିନ୍ନ ଅଂଚଳରେ ଉଚ୍ଚ ରକ୍ତଚାପ ଚିହ୍ନଟ ଶିବିର ଆୟୋଜନ କରାଯାଇଥାଏ । ପ୍ରତି ୩ ଜଣ ବୟସ୍କଙ୍କ ମଧ୍ୟରେ ଜଣଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ୫୦ ପ୍ରତିଶତ ଉଚ୍ଚ ରକ୍ତଚାପ ସମ୍ପର୍କରେ ଜାଣି ନ ଥାନ୍ତି ମଧ୍ୟ । ତେଣୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବାର ଏକାନ୍ତ ଆବଶ୍ୟକତା ରହିଛି । ଏହି ଅବସରରେ ମୁମ୍ବାଇସ୍ଥିତ ଇଣ୍ଡିଆନ୍ କଲେଜ ଅଫ୍ ଫିଜିକ୍ସିଆନ୍ ଏବଂ ହାଇପରଟେନସନ୍ ସୋସାଇଟି ଅଫ୍ ଇଣ୍ଡିଆର ର୍ପୂବତନ ସଭାପତି ତଥା କନସଲ୍ଟିଂ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡ.ଶଶାଙ୍କ ଯୋଶୀ କହିଲେ, ହାଇପରଟେନସନ୍ ହାର୍ଟ ସମସ୍ୟା ଏବଂ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ । ତେବେ ଏହାକୁ ସମୟ ପୂର୍ବରୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନ ଥାଏ । ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତୀୟ ଯୁବବର୍ଗଙ୍କଠାରେ ଏହା ଅଧିକ ଦେଖିବାକୁ ମିଳିଥାଏ । ନିୟମିତ ଯାଂଚ୍ ଦ୍ୱାରା ଏଥିରୁ ଦୂରେଇ ରହିବା ସମ୍ଭବ ହୋଇପାରିଥାଏ । ଏହି ଅବସରରେ ମୁମ୍ବାଇସ୍ଥିତ ଏମିରିଟସ୍ ଏଡିଟର ଅଫ ଏପିଆଇ ଟେକ୍ସବୁକ୍ ଅଫ୍ ମେଡିସିନ୍ ଏବଂ ଏଡିଟର ଇନ୍ ଚିଫ୍ ଅଫ୍ ଜେଏପିଆଇ ଡ. ସିଦ୍ଧାର୍ଥ ଶାହା କହିଲେ, ଏହି ନୂତନ ହାଇପରଟେନସନ୍ ସିମ୍ବଲ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରିବ । ଫଳରେ ସମୟ ପୂର୍ବରୁ ହାଇପରଟେନସନ୍‌ର ଚିହ୍ନଟ ସମ୍ଭବ ହେବା ସହିତ ଏହା ଉପଯୁକ୍ତ ଚିକିତ୍ସା ମଧ୍ୟ କରାଯାଇ ପାରିବ । ଏହାଦ୍ୱାରା ବହୁ ଲୋକଭ୍‌କକ ଜୀବନ ସୁରକ୍ଷିତ ହୋଇପାରିବ । ଉଚ୍ଚରକ୍ତଚାପ ହାର୍ଟ ସମସ୍ୟା, ଷ୍ଟ୍ରୋକ୍ ଏବଂ କିଡ୍‌ନୀ ସମସ୍ୟାର ମୁଖ୍ୟ କାରଣ । ଭାରତରେ ଏହା ୨୮ ପ୍ରତିଶତ ଷ୍ଟ୍ରୋକ୍ ଏବଂ ୨୪ ପ୍ରତିଶତ ହାର୍ଟ ସମସ୍ୟା ପାଇ ଦାୟୀ । ଉଚ୍ଚରାକ୍ତଚାପ ଦେଶର ଦେଶର ହେଲଥ୍ କେୟାର ଭିତିଭୂମି ଉପରେ ଚାପ ପକାଇଥାଏ । ଏହାଯୋଗୁ ବହୁ ଧନଜୀବନ ହାନି ହୋଇଥାଏ । ଠିକ୍ ସମୟରେ ଏହାର ଚିହ୍ନଟ ହେଲେ ପରବର୍ତୀ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ହୋଇ ରହିବା ସମ୍ଭବ । ଏହି ଅବସରରେ ମୁମ୍ବାଇସ୍ଥିତ ବ୍ରିଚ୍‌କ୍ୟାଣ୍ଡି ଏବଂ ଭାଟିଆ ହସ୍ପିଟାଲର କାର୍ଡିଓ-ମେଟାବୋଲିକ୍ ଡିସଅର୍ଡର କନସଲଟାଂଟ୍ ଡ. ହେମନ୍ତ ଥାକର କହିଲେ, ହାଇପରଟେନସନ୍ ଲାଗି ନିଶ୍ଚିତ ରୂପେ ସଚେତନତାର ଆବଶ୍ୟକତା ରହିଛି । ଏହା ଶାରୀରିକ ସମସ୍ୟା ଦୂର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ଯାଂଚ୍ ଦ୍ୱାରା ବହୁ ଧନଜୀବନ ହାନି ରୋକିବା ମଧ୍ୟ ସମ୍ଭବ ହୋଇପାରିଥାଏ । ଭାରତରେ ଲୋକଙ୍କ ମଧ୍ୟରେ ହାଇପରଟେନସନ୍ ସ୍କ୍ରିନିଂ କାର୍ଯ୍ୟକ୍ରମ ୩୦ ବର୍ଷରୁ ପ୍ରାୟତଃ ଆରମ୍ଭ ହୋଇଥାଏ । ତେବେ ବିଶେଷଜ୍ଞଙ୍କ ଅନୁସାରେ ଏହି ବୟସରେ ଯାଂଚ୍ କରିବା ଦ୍ୱାରା ଅଧିକ ବିଳମ୍ବ ହୋଇଯାଇଥାଏ । ତେଣୁ ୧୮ ବର୍ଷ ବୟସରୁ ରକ୍ତଚାପର ସ୍କ୍ରିନିଂ କରାଯିବା ଆବଶ୍ୟକ । ଏହାଦ୍ୱାରା ଭାରତରେ ଦେଖାଦେଇଥିବା ଉଚ୍ଚରକ୍ତଚାପ ସଙ୍କଟ ଦୂର ହୋଇପାରିବାର ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ